(ମୃତ୍ୟୁଞ୍ଜୟ ଭୋଇ /ରିପୋଟରର୍ସ ଟୁଡ଼େ) : ଗତକାଲି ରାତିରେ କୁଜଙ୍ଗ ଥାନା ଅନ୍ତର୍ଗତ ସାହାରାଡ଼ିଆ ଗ୍ରାମରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ସେହି ଗ୍ରାମର ଦିପୁନା ଦାସ ନାମକ ଜଣେ ଯୁବକ ଡ଼୍ରାମାରେ ନିଜର ଅଭିନୟ ଶେଷ କରି ଅଚାନକ ମଞ୍ଚକୁ ଉଠିଯାଇ ଲାଇଟ୍ ଭଙ୍ଗାଭଙ୍ଗି କରିବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଏଥିରେ ଜଣେ ଯୁବକ ଗୁରୁତର ହେବା ସହ ୩ଜଣ ଆହତ ହୋଇଛନ୍ତି। ଗୁରୁତର ଜଣକ ହେଉଛନ୍ତି ନରେଶ ପ୍ରଧାନ । ତାଙ୍କୁ ପ୍ରଥମେ କୁଜଙ୍ଗ ଡାକ୍ତରଖାନା ଓ ପରେ କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଛି। ଆଉ ଅନ୍ୟ ୩ ଜଣ ଆହତ ଅବସ୍ଥାରେ କୁଜଙ୍ଗ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏପରି ଘଟଣାକୁ ନେଇ ଗୁରୁବାର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକାଠି ହୋଇ କୁଜଙ୍ଗ ଥାନା ଘେରାଉ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଏହାପରେ କୁଜଙ୍ଗ ଥାନା ପକ୍ଷରୁ ୧ ପ୍ଲାଟୁନ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ନିମନ୍ତେ ଗ୍ରାମକୁ ଯାଇଥିବା ଜଣାପଡ଼ିଛି।