(ଭୁବନେଶ୍ୱର/ରିପୋଟରର୍ସ ଟୁଡ଼େ): ଖରାଦିନରେ ତ୍ୱଚାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ଘରୁ ବାହାରକୁ ଯିବା ପୂର୍ବରୁ ସନକ୍ରିମର ବ୍ୟବହାର କରିବା ନିତ୍ୟାନ୍ତ ଆବଶ୍ୟକ। ବହୁ ଲୋକଙ୍କ ଚର୍ମ ଖୁବ ସମ୍ବେଦନଶୀଳ(ସେନସିଟିଭ)ଥାଏ। ସେମାନଙ୍କ ଉପରେ ସୂର୍ୟ୍ୟଙ୍କ କିରଣ ପଡ଼ିବା ମାତ୍ରେ ଲାଲ ରଙ୍ଗ ଦେଖାଯାଏ। ମାତ୍ର ଏପରି କିଛି ଟିପ୍ସ ବିଷୟରେ ଜାଣନ୍ତୁ, ଯାହାର ବ୍ୟବହାର କରିବା ଦ୍ୱାରା ସନକ୍ରିମର ବ୍ୟବହାର କରିବାକୁ ପଡ଼ିନଥାଏ।
୧.ତ୍ୱଚାର ଯତ୍ନ ନେବା ପାଇଁ ବିଭିନ୍ନ ପ୍ରକାରର ବିୟୁଟି ଦ୍ରବ୍ୟର ବ୍ୟବହାର କରିବା ପରିବର୍ତ୍ତେ ନିଜ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ଆବଶ୍ୟକ।
୨.ତ୍ୱଚା ପାଇଁ ପ୍ରୋଟିନଯୁକ୍ତ ଖାଦ୍ୟ ଓ ଭିଟାମିନ ସିର ବେଶ ଆବଶ୍ୟକତା ରହିଛି।
୩.ନିୟମିତ ସବୁଜ ପନିପରିବା, ଫଳ ଖାଇବା ନିତ୍ୟାନ୍ତ ଆବଶ୍ୟକ। ଗାଜର ଖାଇବା ମଧ୍ୟ ଅତ୍ୟନ୍ତ ଲାଭଦାୟକ। ଏଥିରେ ଭିଟାମିନ ଏ ପ୍ରଚୁର ମାତ୍ରାରେ ରହିଛି।
୪.ଏହାକୁ ଖାଇବା ଦ୍ୱାରା ମୁହଁରେ କୁଞ୍ଚନ ସୃଷ୍ଟି ହୋଇନଥାଏ। ରକ୍ତସଞ୍ଚାଳନ ସୂଚାରୁରୁପେ ହୋଇଥାଏ।
ସପ୍ତାହକୁ ୩ ଥର ମାଛ ଖାଆନ୍ତୁ। ଏଥିରେ ଓମେଗା-୩ ଫ୍ୟାଟି ଏସିଡ଼ ଥାଏ। ଯାହା ମୁହଁର ବିଭିନ୍ନ ସମସ୍ୟା ଦୂର କରିଥାଏ।
୫.ନିୟମିତ ବିଭିନ୍ନ ପ୍ରକାରର ଫଳ ଖାଆନ୍ତୁ। ମାତ୍ର ଫଳ ମଧ୍ୟରେ ବ୍ଲୁ ବେରି ଓ ଗୋଟିଏ କଦଳୀ ନିଶ୍ଚୟ ଖାଆନ୍ତୁ।
ରାତିରେ ନିୟମିତ ଗୋଲାପ ଜଳରେ ମୁହଁ ପୋଛନ୍ତୁ।