କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ କିନ୍ନର ମହାସଙ୍ଘ ପକ୍ଷରୁ ସଫେଇ

(ଜୟନ୍ତ କୁମାର ସେଠୀ)ଗୋପ: ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ପଡିରହିଥିବା ଅଳିଆ ଅର୍ଜନାକୁ ପୁରୀ ଜିଲ୍ଲା କିନ୍ନର ମହାସଙ୍ଘ ପକ୍ଷରୁ ସଫେଇ କରାଯାଇଛି। ପୁରୀ ଜିଲ୍ଲା କିନ୍ନର ମହାସଙ୍ଘର ବରିଷ୍ଠ କିନ୍ନର ଦେବକୀ ମା’ ସଭାନେତ୍ରୀ ପ୍ରିୟାଂଶି ଦାସ, ସମ୍ପାଦୀକା ପିଙ୍କି କିନ୍ନର, କୋଣାର୍କ ଦାୟିତ୍ୱରେ ଥିବା ଦିପ୍ସା କିନ୍ନରଙ୍କ ସମେତ ୩୦ଜଣ କିନ୍ନର ଏହି ସଫେଇ କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ। ପୁରୀ ଜିଲ୍ଲା କିନ୍ନର ମହାସଙ୍ଘର ସଦସ୍ୟ ମାନେ ସୂର୍ୟ୍ୟ ମନ୍ଦିର ସମ୍ମୁଖରେ ପଡିରହିଥିବା ଅଳିଆ ଆବର୍ଜନାକୁ ସଫେଇ କରିଥିଲେ। କିନ୍ନରମାନଙ୍କ ଏତାଦୃଶ୍ୟ କାର୍ୟ୍ୟକ୍ରମକୁ ଦେଖି ସୂର୍ୟ୍ୟ ମନ୍ଦିର ପରିଦର୍ଶନରେ ଆସିଥିବା ପର୍ୟ୍ୟଟକ ଓ ସ୍ଥାନୀୟ ଲୋକେ ଭୁୟଶୀ ପ୍ରଶଂସା କରିଥିବା ବେଳେ କିନ୍ନରମାନଙ୍କର ଏହି ମହନୀୟ କାର୍ୟ୍ୟକ୍ରମକୁ ସବୁ ମହଲରୁ ସ୍ୱାଗତ କରିଥିଲେ। ଗାନ୍ଧୀଙ୍କ ସ୍ୱଛଭାରତ ଅଭିଯାନକୁ ସାକାର କରିବା ଉଦେଶ୍ୟରେ କୋଣାର୍କକୁ ସ୍ୱଚ୍ଛ ଓ ପଲିଥିନ ମୁକ୍ତ ସହରରେ ପରିଣତ କରିବା ଆମର ଲକ୍ଷ ବୋଲି ସଙ୍ଘର ସଭାନେତ୍ରୀ ପ୍ରିୟାଂଶି ଦାସ କହିଥିଲେ। ଆଗାମୀ ଦିନମାନଙ୍କରେ ନିୟମିତ ବ୍ୟବଧାନରେ ବିଶ୍ୱ ଐତିହ୍ୟ ସୂର୍ୟ୍ୟମନ୍ଦିର ଚତୁଃପାଶ୍ୱର୍, ବସଷ୍ଟାଣ୍ଡ ଓ ଚନ୍ଦ୍ରଭାଗା ଅଞ୍ଚଳରେ ବ୍ୟାପକ ସଫେଇ ଅଭିଯାନ ସହିତ ସମାଜ ସେବା କ୍ଷେତ୍ରରେ ଆମ ସଙ୍ଗଠନ କାମ କରିବ ବୋଲି ମହାସଙ୍ଘର ବରିଷ୍ଠ କିନର ଦେବକୀ ମା ଗଣମାଧ୍ୟମକୁ ସୁଚନା ଦେଇଛନ୍ତି।