କାଳ ହେଲା ହେଲମେଟ୍

(ରିପୋଟରସ୍ ଟୁଡ଼େ / ମୃତ୍ୟୁଞ୍ଜୟ ଭୋଇ ) : ସାରା ଦେଶରେ ଲାଗୁ ହୋଇଛି ନୁଆ ମଟରଯାନ ଆଇନ୍ । ସେପ୍ଟେମ୍ବର ପହିଲାରୁ ଆରମ୍ବ ହୋଇଥିବା ଏହି ନୁଆ ଆଇନିରେ ଟ୍ରାଫିକ ନିୟମକୁ କଡ଼ାକଡ଼ି କରାଯାଇଛି । କଟକ ଯୋବ୍ରା ଠାରେ ହେଲମେଟ ଧରପଗଡ ବେଳେ ଜଣେ ବାଇକ ଆରୋହୀ ଗୁରୁତର । ଗୁରୁତର ବାଇକ୍ ଆରୋହୀ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ସ୍ଥାନୀୟଲୋକଙ୍କର ଉତ୍ତେଜନା ଦେଖାଦେଇଛି ।
ସୂଚନାନୁସାରେ, ଗତକାଲି ରାତିରେ ଯୋବ୍ରାଠାରେ ପୋଲିସ ହେଲମେଟ୍ ଚେକିଂ କରୁଥିବା ବେଳେ ବାଇକ ଆରୋହୀ ଜଣକ ହେଲମେଟ ପିନ୍ଧି ନଥିବାରୁ ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲେ । ସେହି ସମୟରେ ପୋଲିସ ବାଇକ୍ ଆଗରେ ବାଡି ଦେଖାଇବାରୁ ବାଇକ ଆରୋହୀ ଭାରସାମ୍ୟ ହରାଇ ତଳେ ପଡିଯାଇଥିଲେ । ତେବେ ତାଙ୍କ ମୁଣ୍ଡରେ ଗଭୀର ଆହାତ ଲାଗିଥିଲା । ଘଟଣା ପରେ ସ୍ଥାନୀୟଲୋକେ ଉତ୍ତ୍ୟକ୍ତ ହୋଇପଡିଥିଲେ ।