(ଜୟନ୍ତ କୁମାର ସେଠୀ)ଗୋପ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ପେଣ୍ଠପଡା ଗ୍ରାମ ପଞ୍ଚାୟତର ରାଜୀବ ଗାନ୍ଧୀ ସେବା ଭବନ ପରିସରରେ କରୋନା ଭାଇରସକୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ପ୍ରଦୀପ୍ତ କୁମାର ଚମ୍ପତି ଅଧ୍ୟକ୍ଷତା କରି ଉକ୍ତ ପଞ୍ଚାୟତରେ କରୋନା ଠାରୁ କିପିର ଦୂରେଇ ରହି ପାରିବା ସେ ସମ୍ପର୍କରେ ବିସ୍ତୁତ ଆଲେଚନା କରାଯାଇଥିଲା। ଯେ କୌଣସି ଲୋକ ପାଖରେ ଏହି ରୋଗ ଲକ୍ଷଣ ଦେଖାଦେଲେ ତୁରନ୍ତ ତାଙ୍କୁ ପାଖ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇବା ଜରୁରୀ ବୋଲି କହିଥିଲେ। ଉକ୍ତ ପଞ୍ଚାୟତ କାର୍ୟ୍ୟାଳୟ ପରିସରରେ ଲୋକ ହାତଧୁଆ ପ୍ରଦର୍ଶିତ କରାଯାଇଥିଲା। ବିଶେଷ କରି ଖାଦ୍ୟ ପାଇବା ଆଗରୁ ହାତକୁ ଭଲ ଭାବରେ ହ୍ୟାଣ୍ଡୱାସରେ ଧୋଇବା ପାଇଁ ଗ୍ରାମରେ ସମସ୍ତ ପରିବାରଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବା ଜରୁରୀ ହୋଇପଡିଛି। ଅନ୍ୟ ମାନଙ୍କ ମଧ୍ୟରେ ଅଙ୍ଗନୱାଡି କର୍ମୀ ସନ୍ଧ୍ୟାରାଣି ସାହୁ, ବିଶ୍ୱଜିତା ଦେବୀ, ଲକ୍ଷ୍ମୀମଣି ବେହରା, ସବିତା ପଣ୍ଡା, ସ୍ୱର୍ଣ୍ଣଲତା ବେହେରା, ସୁଲେଚନା ବେହେରା, ରୋହିଣୀ ମହାପାତ୍ର , ମମତା ରାଣି ମିଶ୍ର ଓ ପଞ୍ଚାୟତର ବିଭିନ୍ନ ୱାର୍ଡ ସଭ୍ୟସଭ୍ୟାଙ୍କ ସହିତ ମହିଳା ସ୍ୱୟା ସହାୟକ ଗୋଷ୍ଠୀର ମା ମାନେ ଏହି ସଚତେନା ଶିବିରରେ ଯୋଗ ଦେଇଥିଲେ।