(ଆଦର୍ଶ ରାଉତ)ଭୁବନେଶ୍ୱର: ଦେଶରେ ବର୍ତ୍ତମାନ ସବୁଠାରୁ ବଡ଼ ସମସ୍ୟା ହେଉଛି ଆତଙ୍କବାଦୀ ଆକ୍ରମଣ । ଓଡ଼ିଶା ମଧ୍ୟ ଅନେକ ସମୟରେ ଆତଙ୍କବାଦୀ ଆକ୍ରମଣର ଟାର୍ଗେଟରେ ରହିଛି । ତେଣୁ ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଆଜି ରାଜ୍ୟ ପୋଲିସ ଭବନରେରେ ଆତଙ୍କବାଦ ଦମନ ନେଇ ଦିନିକିଆ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଚାଲିଛି । ଏହି କାର୍ୟ୍ୟକ୍ରମରେ ଯୋଗ ଦେଇ ଆତଙ୍କବାଦୀଙ୍କୁ ମିଳୁଥିବା ଫଣ୍ଡିଂ କମିଲେ ଆତଙ୍କବାଦ କମିବ ବୋଲି ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) ଡିଜି ଯୋଗେଣ ଚନ୍ଦ୍ର ମୋଦୀ ପ୍ରତିକ୍ରିୟା ଦେଇଛନ୍ତି ।
ଏହା ସହ ସେ କହିଛନ୍ତି ଯେ, ଆତଙ୍କବାଦୀଙ୍କ ବିରୋଧରେ ନୂଆ ଟେକ୍ନୋଲୋଜୀର ବ୍ୟବହାର କରାଯିବ । ବିଭିନ୍ନ ରାଜ୍ୟର ଆତଙ୍କୀ ମାମଲା ଏନଆଇଏକୁ ହସ୍ତାନ୍ତର କରିବା ଉପରେ ଡିଜି ଗୁରତ୍ୱାରୋପ କରିଛନ୍ତି । ଓଡ଼ିଶା ପୋଲିସ ଅଧିକାରୀଙ୍କୁ ଏନଆଏକୁ ଡେପୁଟେସନରେ ପଠାଇବାକୁ ପରାମର୍ଶ ଦେଇଛନ୍ତି ।
ଆଜି ବରିଷ୍ଠ ଅଭିଜ୍ଞ ପୋଲିସ ଅଧିକାରୀଙ୍କୁ ଆତଙ୍କୀ ଅନୁପ୍ରବେଶ କରିବା ଫଳରେ କିପରି ତାହାର ମୁକାବିଲା ଓ କେଉଁ ଦିଗ ପ୍ରତି ଅଧିକ ଗୁରୁତ୍ୱ ଦିଆଯିବ, ତଦନ୍ତ ବେଳେ ଦଫା , ଆଇନ ବ୍ୟବସ୍ଥା କଣ ରହିଛି ଏହି ସବୁ ଦିଗ ଉପରେ ତଦନ୍ତ କରାଯିବ ସେନେଇ ପୋଲିସ ତାଲିମ ଦିଆଯିବ । ଏହି କର୍ମଶାଳାରେ ପୋଲିସ ଡିଜି ବି.କେ ଶର୍ମା, ପୋଲିସ କମିଶନର ସୁଧାଂଷୁ ଷଡ଼ଙ୍ଗୀ, ଏନଆଇଏ ଆଇଜି ଜି.ପି ସିଂହ ଓ ଡିଆଇଜି ଓ କ୍ରାଇମବ୍ରାଞ୍ଚ ଏଡିଜି ଉପସ୍ଥିତ ଅଛନ୍ତି ।