ମୌଳିକ ଅଧିକାର ପଢିବେ ଛାତ୍ରଛାତ୍ରୀ: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

(ମୃତ୍ୟୁଞ୍ଜୟ ଭୋଇ)ରିପୋର୍ଟସଟୁଡେ: ଏଣିକି ମୌଳିକ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ପଢିବେ ଛାତ୍ରଛାତ୍ରୀ। ସ୍କୁଲରେ ପିଲାମାନଙ୍କୁ ଏଥିପାଇଁ ଶିକ୍ଷାଦାନ କରାଯିବ। ମୌଳିକ ଅଧିକାର ଏଵଂ କର୍ତ୍ତବ୍ୟ ବିଷୟରେ ଜାଣିବା ସମସ୍ତଙ୍କ ପାଇଁ ଜରୁରୀ। ତେଣୁ ଏଥିପାଇଁ ସ୍ଵତନ୍ତ୍ର କ୍ଲାସ ନହେଲେ ବି ସଚେତନ କ୍ଲାସ୍ କରାଯିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି।