ଆସାମରେ ଭୁମିକମ୍ପ

(ରିପୋଟର୍ସ ଟୁଡେ, ଗୌହାଟି): ରବିବାର ସକାଳେ ଆସାମରେ ଭୁକମ୍ପ ଅନୁଭୁତ ହୋଇଛି । ରାଜ୍ୟର କାର୍ବି ଆଙ୍ଗଲୋଙ୍ଗ ଜିଲ୍ଲାରେ ସକାଳ ପ୍ରାୟ ୭.୦୩ ବେଳେ ୩.୩ ରିକ୍ଟର ସ୍କେଲରେ ଭୁମିକମ୍ପ ହୋଇଥିବା ଭାରତୀୟ ପାଣିପାଗ ଗବେଷଣା ବିଭାଗ ସୁଚନା ଦେଇଛି । ମାଟିର ୧୦ କି.ମି ତଳେ ଭୁକମ୍ପର ଉତ୍ପତ୍ତି ହୋଇଥିବା ଜଣାଯାଇଛି । ତେବେ ଏଥିରେ କୌଣସି ପ୍ରକାର କ୍ଷୟକ୍ଷତି ହୋଇଥିବା ଏଯାଏ ଜଣାଯାଇ ନାହିଁ ।