: ଆନ୍ଧ୍ର ପ୍ରଦେଶରୁ ଉଦ୍ଧାର ହେଲେ ୧୭ ଜଣ ଯୁବତୀ

(ଭୁବନେଶ୍ୱର / ରିପୋଟରର୍ସ ଟୁଡ଼େ ) : ଆନ୍ଧ୍ର ପ୍ରଦେଶରୁ ଉଦ୍ଧାର ହେଲେ ୧୭ ଜଣ ଯୁବତୀ । କୋଣାର୍କ ଏକ୍ସପ୍ରେସରେ ମହାରାଷ୍ଟ୍ର ଯାଉଥିବା ବେଳେ ଆନ୍ଧ୍ର ପ୍ରଦେଶ ପୋଲିସ୍‌ ଏମାନଙ୍କୁ ଉଦ୍ଧାର କରିଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହି ଯୁବତୀମାନଙ୍କ ଘର ବୋଲି ଜଣାପଡ଼ିଛି। ସେମାନଙ୍କୁ କାମ କରାଇବା ବାହାନାରେ ନିଆଯାଉଥିଲା । ତେବେ ଏହା ପଛରେ ଯୁବତୀ ଚାଲାଣ ର୍ୟାିକେଟ୍‌ର ହାତ ଥିବା ପୋଲିସ୍‌ ସନ୍ଦେହ କରୁଛି। ସେପଟେ ଯୁବତୀମାନଙ୍କୁ ମହିଳା କମିଶନଙ୍କ ପକ୍ଷରୁ କାଉନସେଲିଂ କରାଯାଉଛି ।