(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ):ଖୋର୍ଦ୍ଧା ଜିଲ୍ଲା ସାନ ନଅରି ଗ୍ରାମରେ ଜଣେ ନବ ଦମ୍ପତି ବେକରେ ରଶି ଲଗାଇ ଆତ୍ମହତ୍ୟା କିରିଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ବାଣପୁର ଥାନା ଚିଲିକା ଅଞ୍ଚଳରେ ଦେଖିବାକୁ ମିଳିଛି । ତେବେ ସାନ ନଅରି ଗ୍ରାମର ସନାତନ ସାହୁ ଏବଂ ପୁରୀ ଜିଲ୍ଲା ନିବାସି ଶିବାନୀ ଗତ ଦୁଇମାସ ତଳେ ପ୍ରେମ ବିବାହ କରିଥିଲେ । ଗତକାଲି ଯୌତୁକକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହେବାପରେ ସନାତନ ରାଗରେ ବାହାରକୁ ଚାଲି ଯାଇଥିଲେ । ସନାତନ ବିଳମ୍ବିତ ରାତିରେ ଫେରିବା ପରେ ଶିବାନୀଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏହି ଘଟଣା ପରିବାର ଲୋକଙ୍କୁ ଜଣାଇବା ପରେ ନିଜେ ମଧ୍ୟ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଖବର ପାଇବାପରେ ସକାଳେ ବାଣପୁର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଏହା ସଂମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି ।