ଅନ୍ଧବିଶ୍ୱାସ: ନବଜାତକୁ ବଳି

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଅନ୍ଧବିଶା୍ୱସରର ଆଉ ଏକ କରୁଣ ପରିଣତି ଦେଖିବାକୁ ମିଳିଛି ଟିଟିଲାଗଡ଼ରେ । ମାତ୍ର ୪ -୫ ଦିନର ଏକ ନବଜାତ ଶିଶୁକୁ ଅନ୍ଧବିଶ୍ୱାସକୁ ନେଇ ବଳି ଦିଆଯାଇଛି ।
ସୂଚନା ମୁତାବକ, ଟିଟିଲାଗଡ, ବହିଦାରପଡ଼ାର ଏକ ପୋଲ କଡ଼ରେ ଏକ ଶିଶୁର ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ଏହାପରେ ପୁଲିସକୁ ଖବର ଦିଆଯାଇଥିଲା । ମୃତ ଦେହ ନିକଟରେ ପୋଲ ତଳେ ପୂଜା ଓ ହୋମ ସାମଗ୍ରୀ ପଡ଼ିଥିବା ଦେଖା ଯାଇଥିଲା ।
ଏସବୁ ଦେଖି ଶିଶୁଟିକୁ ବଳି ଦିଆଯାଇଥିବା ସନ୍ଦେହ ହୋଇଥିଲା। ପୁଲିସ ମୃତ ଶିଶୁର ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଦେଇଥିବା ଜଣାପଡିଛି ।