ଗୁଣିଗାରେଡି ସନ୍ଦେହରେ ଶାବଳରେ ପିଟି ପିଟି ଯୁବକଙ୍କୁ ହତ୍ୟା

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗୁଣି ଗାରେଡି ସନ୍ଦେହରେ ଯୁବକଙ୍କୁ ହତ୍ୟା ଅଭିଯୋଗ । ଯୁବକ ଜଣକ ହେଲେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ହରନାବେବି ଗାଁର ମଣିଚରଣ ସାହୁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ହତ୍ୟା ଅଭିଯୋଗ ଦିଆଯାଇଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ,ମଣିଚରଣ ରାତିରେ ଶୋଇଥବା ସମୟରେ ତାଙ୍କ ପାଖ ପଡୋଶି ଅଜୁ ମହାରଣା ଏବଂ ତାଙ୍କ ପୁଅ ବିପିନି ମହାରଣା ଓ ଗୁନୁଆ ମହାରଣା ଘର କବାଟ ଭାଙ୍ଗି ତାଙ୍କ ଘରକୁ ପଶିଆସି ମଣିଚରଣଙ୍କ ଉପରେ ଶାବଳରେ ମରଣାନ୍ତକ ଆକ୍ରମଣ କରିଥଲେ ।ଯାହା ଫଳରେ ମଣିଚରଣ ସାଂଘାତିକ ଭାବେ ଆହାତ ହୋଇପଡିଥିଲେ ।ପରିବାର ଲୋକେ ତାଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ଓ ପରେ କଟକ ମେଡିକାଲକୁ ନେଇଯାଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରଥିଲେ। ଏଭଳି ହତ୍ୟାକାଣ୍ଡ ଘଟଣାକୁ ନେଇ ସାରା ଅଂଚଳରେ ଆଲୋଡନ ସୃଷ୍ଟି କରିଛି।