ଭୁବନେଶ୍ୱର: କୁଆଖାଇ ନଦୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଯୁବକ ଜଣଙ୍କ ମଞ୍ଚେଶ୍ୱର ଥାନା ଧିରିକୁଟି ସାହିର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଆଜି ସକାଳେ କୁଆଖାଇ ନଦୀରେ ଜଣେ ଯୁବକଙ୍କ ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ମଞ୍ଚେଶ୍ୱର୍ ଥାନା ପୋଲିସ ସହ ଦମକଳ ବାହିନୀ ପହଞ୍ଚିଥିଲା । ତେବେ ଦମକଳ ବାହିନୀର ସହଯୋଗରେ ଶବ ଉଦ୍ଧାର କରାଯାଇଥିଲା । ତେବେ ଏନେଇ ଘଟଣାସ୍ଥଳରେ ପୋଲିସ ତଦନ୍ତ ଚଳାଇଛି ।