ଯୋଗୀ ଆଦିତ୍ୟନାଥ ଧାର୍ମିକ ଶୋଭାଯାତ୍ରା ପାଇଁ ଜାରି କଲେ ସ୍ୱତନ୍ତ୍ର ନିର୍ଦ୍ଦେଶନାମା

ବ୍ୟୁରୋ : ଦେଶର ବିଭିନ୍ନ ପ୍ରାନ୍ତରେ ଧାର୍ମିକ ଶୋଭାଯାତ୍ରା ସମୟରେ ହିଂସାକାଣ୍ଡ ଘଟିବାରେ ଲାଗିଛି । ଏହାକୁ ନଜରରେ ରଖି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ରାତିରେ ଏକ ବୈଠକ ଡକାଇ ଥିଲେ । ଏଥିରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ପରେ ଯୋଗୀ ଧାର୍ମିକ ଶୋଭାଯାତ୍ରା ସମ୍ପର୍କରେ ସ୍ୱତନ୍ତ୍ର ନିର୍ଦ୍ଦେଶ ଜାରି କରିଥିଲେ ।
ଆସନ୍ତା ମାସରେ ଇଦ୍ ଓ ଅକ୍ଷୟ ତୃତୀୟା ଗୋଟିଏ ଦିନରେ ପଡିବାର ସମ୍ଭାବନା ଥିବାରୁ ସେ ଏପରି ନିର୍ଦ୍ଦେଶ ଜାରି କରିଛନ୍ତି । ଏଥିରେ ସ୍ପଷ୍ଟ ଉଲ୍ଲେଖ ଅଛି ପୂର୍ବ ଅନୁମତି ବିନା କୋଣସି ସ୍ଥାନରେ ସମାବେଶ କିମ୍ବା ଶୋଭାଯାତ୍ରା କରାଯାଇ ପାରିବ ନାହିଁ । ପ୍ରଶାସନ ପକ୍ଷରୁ କେବଳ ପାରମ୍ପରିକ କାର୍ଯ୍ୟକ୍ରମ ପାଇଁ ଅନୁମତି ମିଳିବ । ପୂର୍ବରୁ ଯେଉଁ ଠାରେ ସ୍ପିକରବ ବା ମାକ୍ରୋଫୋନ ବ୍ୟବହାର ହେଉଛି ସେହି ସ୍ଥାନକୁ ଅନୁମତି ଦିଆଯିବ, ନୂଆ ସ୍ଥାନକୁ ଅନୁମତି ପ୍ରଦାନ କରାଯିବ ନାହିଁ । ତେବେ ଏହି ସ୍ପିକର ଯେପରି କାହାକୁ ଡିଷ୍ଟପ ନକରେ ଆୟୋଜକ ସେ କଥା ନିଶ୍ଚିତ କରିବେ ।
ଏବଂ ଆଉ ମଧ୍ୟ କୁହାଯାଇଛି ଯେ ଟ୍ରାଫିକ କିମ୍ବା ରାସ୍ତାକୁ ବନ୍ଦ କରି ଶୋଭାଯାତ୍ରା ନେଇ ପାରିବେ ନାହିଁ । ଏବଂ ଅନୁମତି ନେବା ସମୟରେ ଆୟୋଜକ ମାନେ ଶାନ୍ତି ବଜାୟୀ ରଖିବେ ବୋଲି ଲିଖିତ ପ୍ରତିଶୃତି ଦେବେ । ଦେଶର ବିଭିନ୍ନ ପ୍ରାନ୍ତରେ ଦଙ୍ଗା ହେଉଥିବାରୁ ୪ ତାରିଖ ପର୍ଯ୍ୟନ୍ତ ସମସ୍ତ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଏବଂ ଯେଉଁମାନେ ଛୁଟି ନେଇଛନ୍ତି ୨୪ ଘଣ୍ଟା ମଧ୍ୟରେ କାମରେ ଯୋଗ ଦେବା ପାଇଁ ନର୍ଦ୍ଦେଶ ଦେଇଛନ୍ତି ।