ମୌଳିକ ସୁବିଧା ପାଇଁ ରାମଦୋଳି ଯୁବକ ସଂଘ ତରଫରୁ ବିଡ଼ିଓଙ୍କୁ ଲିଖିତ ଦାବିପତ୍ର

ରାଇରଙ୍ଗପୁର ( ସତ୍ୟନାରାୟଣ ପାଲ ) : ମୟୂରଭଂଜ ଜିଲ୍ଲାର ପଛୁଆ ବିଜାତଳାବ୍ଳକର ଚଢ଼େଇ ପାହାଡି ପଞ୍ଚାୟତର ଧାନଟାଙ୍ଗର ହିଲ୍ ର ଵାତିକତଚା ସାହିବାସୀକୁ ସରକାରୀ ଯୋଜନା ଅପହଞ୍ଚ ।  ସରକାରଙ୍କ ମୌଳିକ  ସୁବିଧାରୁ ସାହିବାସୀ ବଞ୍ଚିତ ହୋଇଛନ୍ତି । ସରକାର ଗ୍ରାମାଞ୍ଚଳ ର ତୃଣମୂଳ ସ୍ତରର ଉନ୍ନତିମୁଳକ କାମ ପାଇଁ ଯୋଜନା ପରେ ଯୋଜନା ତିଆରି କରି କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି । ହେଲେ ତଥାପି ସରକାରୀ ଏବେ ବି ବହୁ ଗ୍ରାମରେ ରାସ୍ତା,ପାନୀୟ,ବିଜୁଳି,ଶିକ୍ଷା,ସ୍ବାସ୍ଥ୍ୟ,ଆବାସ ଯୋଜନା,ଜୀବନ ,ଜୀବିକା,ଭତ୍ତା ରୁ ବଞ୍ଚିତ ହୋଇଥିବା ଅଭିଯୋଗ ହେଉଛି । ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ର ଚଢେଇପାହାଡି ପଂଚାୟତ ର ଧାନଟାଙ୍ଗର ହିଲର ବାତିକଚା ସାହି ଗାଁକୁ ଯିବା ପାଇଁ  ରାସ୍ତାଟିଏ ନାହିଁ।  ଗାଁ  ଲୋକେ ଗମନାଗମନ କରିବା ପାଇଁ ରାସ୍ତାଟିଏ ନାହିଁ । ଆମ୍ବୁଲାନ୍ସ ଯିବା ପାଇଁ ରାସ୍ତା ନାହିଁ ।  ରୋଗୀଙ୍କୁ ଡାକ୍ତରଖାନା ନେବାରେ ଅସୁବିଧା ହୁଏ । ରୋଗୀଙ୍କୁ ଖଟ ବୁହାଯାଉଛି।ପାଣି ପାଇଁ ଗାଁ ଲୋକେ ଭଙ୍ଗାକୁଅ ଉପରେ ନିର୍ଭର କରନ୍ତି। ସ୍ନାନ-ଶୌଚ ଠାରୁ ଆରମ୍ଭ କରି ଖାଦ୍ୟ ପ୍ରସ୍ତୁତି ଓ ପିଇବା ଭଙ୍ଗାକୁଅ ପାଣିକୁ ଲୋକେ ବ୍ୟବହାର କରନ୍ତି।ବହୁଧା ଯୋଜନାରୁ ବଞ୍ଚିତ । ଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇନାହିଁ।  ବର୍ଷ ବର୍ଷ ଧରି ବିଦ୍ୟୁତ୍ ଖୁଣ୍ଟ ପୋତା ଯାଇ ତାର ଟଣା ଯାଇଛ କିନ୍ତୁ କାହାରି ଘରକୁ ଵିଦ୍ଯୁତ ସଂଯୋଗ କରାଯାଇନାହିଁ । କିନ୍ତୁ ବର୍ଷ ବର୍ଷ ଧରି ତାର ଝୁଲାରେ ସିମିତ ।  ଗାଁରେ ସୋଲାର ଲାଇଟ୍ ବ୍ୟବସ୍ଥା ମଧ୍ୟ ନାହିଁ। ଅନ୍ଧାର ରେ ରହୁଛନ୍ତି । ପିଲାଦିନେ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି ।ଦୁର୍ଗମ ଇଲାକାରେ ହାତୀ ଓ ଜୀବଜନ୍ତୁ ଭୟ ରହିଛି ।  କିନ୍ତୁ ଏବେବି ଏ ସବୁ ଯୋଜନା ଧାନଟାଙ୍ଗର ହିଲର ବାତିକଚା ସାହି ପାଇଁ ସ୍ବପ୍ନ ହୋଇ ରହିଯାଇଛି । ଵାତିକତା ସାହି ର ମୌଳିକ ସମସ୍ୟା ନେଇ ଅଣ୍ଟା ଭିଡିଛି ମୟୂରଭଂଜ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଘ ” ରାମଦୋଳି ଯୁବକ ସଂଘ ” । ରାମଦୋଳି ଯୁବକ ସଂଘ ପକ୍ଷ ରୁ ବିଜାତଳା ବିଡିଓଙ୍କୁ ଲିଖିତ ଦାବି ପତ୍ର ପ୍ରଦାନ କରାଯାଇଛି । ରାମଦୋଳି ଯୁବକ ସଂଘ ପ୍ରତିଷ୍ଠାତା ସୁରେନ୍ଦ୍ର ମୁଣ୍ଡା ଏବଂ ସଦସ୍ୟ ବୁଧୁରାମ ମୁଣ୍ଡା, କାରିଆ ମୁର୍ମୁ,  ଛୋଟରାୟ ମୁର୍ମୁ ଦେବା ସମୟରେ ଉପସ୍ଥିତ ଥିଲେ ।