ଇଂଲଣ୍ଡ ଗସ୍ତ କରି ନ ପାରନ୍ତି ବ୍ୟାଟ୍ସମ୍ୟାନ୍‌ ରିଦ୍ଧିମାନ ଶାହ, ପୁଣି ବାହାରିଲେ ପଜିଟିଭ

ରିଦ୍ଧିମାନ ଆସନ୍ତା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ୍‌ ଏବଂ ଘରୋଇ ଇଂଲଣ୍ଡ ବିପକ୍ଷ ସିରିଜ୍‌ ପାଇଁ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି । କିନ୍ତୁ

(ଦିଲ୍ଲୀ) : ରିଦ୍ଧିମାନ ଆସନ୍ତା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ୍‌ ଏବଂ ଘରୋଇ ଇଂଲଣ୍ଡ ବିପକ୍ଷ ସିରିଜ୍‌ ପାଇଁ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି । କିନ୍ତୁ ଗସ୍ତ ପୂର୍ବରୁ ତାଙ୍କ ଫିଟ୍‌ନେସ୍‌ ପରୀକ୍ଷା କରାଯିବ । ଫିଟ୍‌ନେସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଇଂଲଣ୍ଡ ଗସ୍ତ କରିବେ । ତେବେ ଆହରି ମଧ୍ୟରେ କରୋନା ଭାଇରସ୍‌ରେ ସଂକ୍ରମିତ ଥିବା ଟିମ୍‌ ଇଣ୍ଡିଆ ତଥା ସନ୍‌ରାଇଜର୍ସ ହାଇଦ୍ରାବାଦ ଦଳର ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ରିଦ୍ଧିମାନ ଶାହଙ୍କ ରିପୋର୍ଟକୁ ସଙ୍କଟ । ତାଙ୍କର ପ୍ରଥମ ରିପୋର୍ଟ ନେଗେଟିଭ୍‌ ବାହାରିଥିବାବେଳେ ଦ୍ୱିତୀୟ ରିପୋର୍ଟ ପଜିଟିଭ୍‌ ଆସିଛି । ତେଣୁ ସେ ପୂର୍ବଭଳି କ୍ୱାରେଣ୍ଟାଇନ୍‌ରେ ରହି ନିୟମବଳୀକୁ ଫଲୋ କରୁଛନ୍ତି ।

ସେ କହିଛନ୍ତି, ମୋ କ୍ୱାରେଣ୍ଟାଇନ୍‌ ଅବଧି ଶେଷ ହୋଇନି । ୨ଟି ପରୀକ୍ଷାରୁ ଗୋଟିଏ ନେଗେଟିଭ୍‌ ଓ ଅନ୍ୟଟି ପଜିଟିଭ୍‌ ରହିଛି । ମୁଁ ଏବେ ସୁସ୍ଥ ଅଛି । ତ୍ରୁଟିପୂର୍ଣ୍ଣ ରିପୋର୍ଟକୁ ନେଇ କୌଣସି ପ୍ରକାରର ବିଭ୍ରାନ୍ତିକର କାହାଣୀ କିମ୍ବା ସୂଚନା ପ୍ରକାଶ ନକରିବାକୁ ଅନୁରୋଧ କରୁଛି ।’