୧୫ ଘଣ୍ଟା ଭିତରେ ବାହାରକୁ ଆସିପାରନ୍ତି ଟନେଲ ଭିତରେ ଥିବା ୪୧ ଜଣ ଶ୍ରମିକ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ସରକାର । ସୁଡଙ୍ଗରେ ହେଉଛି ଜୋରଦାର ଉଦ୍ଧାର କାର୍ଯ୍ୟ । ଆଗାମୀ ୨୪ ଘଣ୍ଟା ଯଦି କୌଣସି ବଡ଼ଧରଣର ସମସ୍ୟା ସୃଷ୍ଟି ନହୁଏ ତେବେ ଆଜି ବିଳମ୍ବିତ ରାତି କିମ୍ବା ଭୋରରୁ ଶ୍ରମିକଙ୍କୁ ଉଦ୍ଧାର କରାଯିବା ନେଇ ସୂଚନା ଦେଇଛନ୍ତି ଉତରାଖଣ୍ଡ ସଡ଼କ ଓ ପରିବହନ ବିଭାଗର ଅତିରିକ୍ତ ସଚିବ । ରାତି ୧୨ଟା ୪୫ ମିନିଟରେ ଅଗର ମେସିନ ସାହାଯ୍ୟରେ ଡ୍ରିଲିଂ ଆରମ୍ଭ କରାଯାଇଥିଲା । ଭୂସମାନ୍ତର ଭାବେ ଏବେ ଡ୍ରିଲିଂ ଚାଲିଛି ଏବଂ ୩୯ମିଟର ପର୍ଯ୍ୟନ୍ତ ଡ୍ରିଲିଂ କରାଯାଇଛି । ଏବଂ ୮ଶହ ମିଲିମିଟର ଗୋଲେଇର ପାଇପକୁ ଖଂଜି ଦିଆଯାଇଛି । ଏବେ ଆହୁରୀ ୧୮ମିଟର ପର୍ଯ୍ୟନ୍ତ ଡ୍ରିଲିଂ ବାକି ଅଛି । ଏବେ ଅଗର ମେସିନ୍ ଉପରେ ଯଥେଷ୍ଟ ବିଶ୍ୱାସ ରହିଛି । ପାଇପ ଜରିଆରେ ଶ୍ରମିକଙ୍କୁ ଉଦ୍ଧାର କରାଯିବାକୁ ଯୋଜନା ରହିଛି । ଯଦି ଅଗର ମେସିନ୍ ରାସ୍ତାରେ ବଡ଼ ପଥର ଏବଂ ଷ୍ଟିଲ୍ ଆସେ, ତେବେ ସେଗୁଡ଼ିକୁ କାଟିବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି ।