(ମମତା ସାମଲ)ରିପୋର୍ଟସଟୁଡେ: କେନ୍ଦୁଝର ଜିଲ୍ଲା ତେଲକୋଇ ଜଙ୍ଗଲରେ କାଠ କାଟୁଥିବା ବେଳେ ୮ ଜଣଙ୍କୁ ଗିରଫ କରିଛି ତେଲକୋଇ ବନବିଭାଗ । ତେଲକୋଇ ରେଞ୍ଜ ଅନ୍ତର୍ଗତ କାଳିଆହତା ଫରେଷ୍ଟ ବିଟ୍ ଅଞ୍ଚଳ ରେକୁଟି ଜଙ୍ଗଲରୁ ବିଳମ୍ବିତ ରାତିରେ କଳାପାଟ ସଂରକ୍ଷିତ ଜଙ୍ଗଲ ଅଧିନସ୍ଥ କାଠ କାଟୁଥିବା ବେଳେ ବନ ବିଭାଗ ଖବର ପାଇ ଚଢାଉ କରିଥିଲା । ସମସ୍ତ ଗିରଫ ବ୍ୟକ୍ତି ହେଲେ ଝାଡଖଣ୍ଡ ରାଜ୍ୟର ବୋଲି ତେଲକୋଇ ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି । କାଠ ମାଫିଆ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକର ସାଆନ୍ତରାପୁର ଗାଁକୁ ଏହି ଚୋରା କାଠ ଚାଲାଣ ପାଇଁ ଯୋଜନା କରୁଥିଲେ ।