ଯାତ୍ରା ସମୟରେ ନାରୀଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ସହାୟତା ନମ୍ବର ଜାରି

(ସରୋଜ କୁମାର ରାଉତ / ରିପୋର୍ଟସ ଟୁଡ଼େ ): ରାଜ୍ୟରେ ନାରୀଙ୍କ ପ୍ରତି ଦିନକୁ ଦିନ ଅତ୍ୟାଚାର ବଢିବାରେ ଲାଗିଛି । ଏନେଇ ସରକାରଙ୍କ ପକ୍ଷରୁ ବିିଭନ୍ନ ଯୋଜନା କରାଯାଉଥିଲେ ମଧ୍ୟ ସେଥିରେ କିଛି ସୁଫଳ ମିଳିପାରୁନାହିଁ । ହାଇ ପ୍ରୋଫାଇଲ ଜୋନ ବୋଲାଉଥିବା ରାଜଧାନୀ ଭୁବନେଶ୍ୱରେ ମଧ୍ୟ ନାରୀ ନିର୍ଯ୍ୟାତନା ଦିନକ୍ୁ ଦିନ ବଡିିବାରେ ଲାଗିଛି । ଯାହ ଏବେ ସମସ୍ତଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ମହିଳାମାନେ ଘରୁ ବାହାରି ନିଜ କର୍ମସ୍ଥଳୀରେ ପହଞ୍ଚିବା ସମୟରେ ବସ ,ଅଟୋରେ ଏପରିକି ସର୍ବସାଧାରଣ ସ୍ଥାନରେ ଅସଦାଚରଣର ଶିକାର ହେଉଛନ୍ତି । ଏନେଇ କମିଶନରେଟ ପୋଲିସ ପକ୍ଷରୁ ମହିଳା ଯାତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ସହାୟତା ନମ୍ବର ଜାରି କରାଯାଇଛି । ଭୁବନେଶ୍ୱର – କଟକ ବସରେ ଯାତ୍ରା କରୁଥିବା ମହିଳାଙ୍କ ପାଇଁ ଏହି ନମ୍ବର ଜାରି ହୋଇଛି । ସହାୟତା ନମ୍ବର ୧୦୦ ବା ୦୬୭୪ ୨୫୪୩୫୪୧ ବା ୯୪୩୭୫୮୧୫୭୫ କୁ ଫୋନ କରି ଅଭିଯୋଗ କରିପାରିବେ କିମ୍ବା ୯୪୩୭୫୮୧୫୭୫ ଏହି ନମ୍ବରରେ ହ୍ୱାଟ୍ସଆପ କରି ଅଭିଯୋଗ ଦାଖଲ କରିପାରିବେ ।