ହ୍ୱାଟ୍ସଆପ ଆଣିବାକୁ ଯାଉଛି ନୁଆ ଫିଚର୍ସ ।ଏଥିରେ ନୂତନ ଟେକ୍ନିକାଲ ଅପଡେଟରେ ଗୋଟିଏ ବଡ ଗ୍ରୁପ କଲରେ ୩୨ ଜଣ ରହିପାରିବେ ।ଏବଂ ଗୃପ କଲରେ ରହିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ରିଙ୍ଗ୍ ବଦଳରେ ପୁସ୍ କରିବା ପାଇଁ କିଛି ବ୍ୟକ୍ତିଙ୍କୁ ନୋଟିଫିକେଶନ ଯିବ ।ଏହି କଲ କରିବା ସମୟରେ ଉପଭୋକ୍ତା ମାନେ ମେସେଜ୍,ଫଟୋ ମଧ୍ୟ ପଠାଇପାରିବେ ଏବଂ ବ୍ୟକ୍ତିଗତ ଚାଟିଂ ମଧ୍ୟ କରିପାରିବେ ।ଏହି ଭଏସ୍ ଚାଟ୍ ଏଣ୍ଡ୍-ଟୁ-ଏଣ୍ଡ୍ ଏନକ୍ରିପ୍ଟ ଫର୍ମାଟରେ ରହିବ ଯାହା ସୁରକ୍ଷାକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି ।ନୂତନ ଫିଚର୍ସ ଟି କେବଳ ସେହି ଗୃପରେ କାମ କରିବ ଯେଉଁଥିରେ ୩୩ ଜଣରୁ ୧୨୮ ପର୍ଯ୍ୟନ୍ତ ବ୍ୟକ୍ତିମାନେ ଥିବେ ।ଭାରତରେ ଲୋକଙ୍କ ସମେତ ଛୋଟ ଛୋଟ ପିଲାମାନେ ମଧ୍ୟ ହ୍ୱାଟ୍ସଅପ ବ୍ୟବହାର କରନ୍ତି ।ଏହି ନୂତନ ଫିଚର୍ସ ଟି ଭିନ୍ନ ଭାବରେ କାମ କରିବା ସହିତ ଉପଭୋକ୍ତା ମାନଙ୍କର ଗୋପନୀୟତା କୁ ସୁରକ୍ଷିତ କରିବ ।