ସୁବର୍ଣ୍ଣପୁର : ଲଞ୍ଚ ନେଲା ବେଲେ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡି ବସିଲା ଭିଜିଲାନ୍ସ । ବିଲ ପାସ୍ କରାଇ ଦେବାକୁ ଠିକାଦାରଙ୍କଠାରୁ ନେଉଥିଲେ ଲାଞ୍ଚ । ୪୬ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ପାଢୀ । ଏହି ଘଟଣାର ତଦନ୍ତ କରିବାକୁ ଯାଇ ଏକକାଳୀନ ୬ ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଏ ନେଇ ସମ୍ବଲପୁର ଭିଜିଲାନ୍ସ ଚଝ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ସୂଚନା ରହିଛି ।