ଭିଡିଓ ଭାଇରାଲ କରିବା ଅଭିଯୋଗ ରେ ୪ ଜଣ ଗିରଫ

(ସୌମ୍ୟ ରଂଜନ ସେଠୀ): ବରଗଡ଼ ଜିଲ୍ଲା ଗୌରପଡ଼ାରେ ଥିବା ଏକ ଛାତ୍ରୀ ନିବାସରେ ଛାତ୍ରୀଙ୍କୁ ମାଲିକର ଅସଦାଚରଣ ଅଭିଯୋଗ ଘଟଣାର ଭିଡିଓ ଭାଇରାଲ ହୋଇଛି। ତେବେ ଭିଡିଓ ଭାଇରାଲ ହେବା ପରେ ସଂପୃକ୍ତ ଛାତ୍ରୀଙ୍କ ବାପା ବରଗଡ ଟାଉନ୍ ଥାନାରେ ଏ ନେଇ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରିବା ପରେ ଏହି ଭିଡିଓକୁ ଭାଇରାଲ କରିଥିବା ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ରବିନାରାୟଣ ଛତର, ବିମ୍ବାଧର ମଲ୍ଲିକ, ସୁବୋଧ ମେହେର ଓ ଜଗନ୍ନାଥ ଛତର । ଏମାନଙ୍କ ବିରୋଧରେ ଆଇପିସି ଧାରା ୨୯୨-୬୭ ଆଇଟି ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି । ଏହା ସହ ଏହି ଭିଡିଓକୁ ମୋବାଇଲ ଓ କମ୍ପ୍ୟୁଟରରେ ଅପଲୋଡ୍ କରୁଥିବା ବ୍ୟକ୍ତିଙ୍କୁ ବରଗଡ ଏସପିଙ୍କ ନିର୍ଦ୍ଦେଶରେ ଖୋଜା ଚାଲିଛି । ଏ ନେଇ ଏକ ସର୍ଭର ଟିମ୍ ଯାଂଚ କରୁଥିବା ବରଗଡ ଟାଉନ୍ ଥାନା ଆଇଆଇସି ସୂଚନା ଦେଇଛନ୍ତି ।