“ବନ୍ଦେ ଭାରତ ମିଶନ” ଦ୍ୱାରା ବିଦେଶରୁ ୬୧ ଲକ୍ଷ ନାଗରିକଙ୍କୁ ଦେଶକୁ ଫେରାଇ ଆଣିଛନ୍ତି କେନ୍ଦ୍ର ସରକାର

କରୋନା ମହାମାରୀ କାରଣରୁ ବିଦେଶରେ ଫସି ରହିଥିବା ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଆରମ୍ଭ ହୋଇଥିବା ‘ବନ୍ଦେ ଭାରତ ମିଶନ’ ଅଧୀନରେ ସରକାର ପ୍ରାୟ ୬୧ ଲକ୍ଷ ନାଗରିକ ଘରକୁ ଫେରାଇଛନ୍ତି। ଗୁରୁବାର ଦିନ ରାଜ୍ୟସଭାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

(ଦିଲ୍ଲୀ) : କରୋନା ମହାମାରୀ କାରଣରୁ ବିଦେଶରେ ଫସି ରହିଥିବା ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଆରମ୍ଭ ହୋଇଥିବା ‘ବନ୍ଦେ ଭାରତ ମିଶନ’ ଅଧୀନରେ ସରକାର ପ୍ରାୟ ୬୧ ଲକ୍ଷ ନାଗରିକ ଘରକୁ ଫେରାଇଛନ୍ତି। ଗୁରୁବାର ଦିନ ରାଜ୍ୟସଭାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ କରୋନା ସଂକ୍ରମଣ ହେତୁ ୩୫ ଶହରୁ ଅଧିକ ଭାରତୀୟ ନାଗରିକ ବିଦେଶରେ ମୃତ୍ୟୁ ବରଣ କରିଛନ୍ତି ।

ସୂଚନାନୁଯାୟୀ , ମନ୍ତ୍ରଣାଳୟ ଏକ ଲିଖିତ ଉତ୍ତରରେ କହିଛି ଯେ ୩୦ ଏପ୍ରିଲ ୨୦୨୧ ପର୍ଯ୍ୟନ୍ତ ସମୁଦାୟ ୬୦,୯୨,୨୬୪ ଭାରତୀୟଙ୍କୁ ଦେଶକୁ ଫେରାଇ ଅଣାଯାଇଛି । ଏଭଳି ପରିସ୍ଥିତିରେ ଲକ୍ଷ ଲକ୍ଷ ଭାରତୀୟ ଦୁନିଆର ଅନେକ ଦେଶରେ ଫସି ରହିଥିଲେ । ସେମାନଙ୍କୁ ଫେରାଇ ଆଣିବା ପାଇଁ ସରକାର ‘ବନ୍ଦେ ଭାରତ ମିଶନ’ ଆରମ୍ଭ କରିଥିଲେ ଏବଂ ପୃଥିବୀର ବିଭିନ୍ନ କୋଣରୁ ଲୋକଙ୍କୁ ସ୍ୱତନ୍ତ୍ର ବିମାନ ମାଧ୍ୟମରେ ଅଣାଯାଇଥିଲା । ତେବେ ଯାତ୍ରୀମାନଙ୍କୁ ଭଡା ବହନ କରିବାକୁ ପଡୁଥିଲା ।