(ରିପୋଟର୍ସ ଟୁଡେ,ଲକ୍ଷ୍ନୌ):ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଲକ୍ଷ୍ନୌ ଠାରେ ହୋଇଥିବା କ୍ୟାବିନେଟ ବୈଠକରେ ୧୧ ଟି ପ୍ରସ୍ତାବରେ ମୋହର ଲାଗିଛି । ବୈଠକରେ ଗ୍ରୁପ ସିର ଚୟନ ପ୍ରକ୍ରିୟାରେ ପରିବର୍ତ୍ତନ କରିବା ପ୍ରସ୍ତାବରେ ମଞ୍ଜୁରୀ ମିଳିଛି । ସେହିପରି ଭିଡ ହିଂସାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୁରଣ ଦେବାକୁ ମଧ୍ୟ ଘୋଷଣା କରାଯାଇଛି । କ୍ୟାବିନେଟ ମନ୍ତ୍ରୀ ସିଦ୍ଧାର୍ଥନାଥ ସିଂହ ଏ ସମ୍ପର୍କରେ ସୁଚନା ଦେଇଛନ୍ତି । ଧାନ ମୁଲ୍ୟ ବୃଦ୍ଧିକୁ ମଞ୍ଜୁରୀ ମିଳିବା ସହ କୃଷିଜାତ ଦ୍ରବ୍ୟକୁ ୨୦୨୪ ମଧ୍ୟରେ ଦୁଇଗୁଣା କରିବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ପୁର୍ବରୁ ଧାନର ଏମଏସପି ୧୮୧୫ ଥିଲା ବେଳେ ଏହାକୁ ବୃଦ୍ଧି କରି ୧୮୩୫ ରଖାଯାଇଛି ।
ଏହାସହ ମୁଖ୍ୟମନ୍ତ୍ରୀ, ଯୋଗୀ ଆଦିତ୍ୟନାଥ ବଲିଉଡ ସିନେମା ସୁପର ୩୦କୁ ଟ୍ୟାକ୍ସ ଫ୍ରି ଘୋଷଣା କରିଥିଲେ ।