ୟୁପିରେ ସିନେମା ହଲ୍, ଜିମ୍ ଏବଂ ସ୍ପୋର୍ଟସ ଷ୍ଟାଡିୟମ୍ ଖୋଲିବାକୁ ଅନୁମତି
ଉତ୍ତର ପ୍ରଦେଶରେ କରୋନା ସଂକ୍ରମଣ କମିଛି। ଏଣୁ ରାଜ୍ୟରେ ପର୍ଯ୍ୟାୟକ୍ରମେ ଅନଲକ୍ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଶୁକ୍ରବାର ମଧ୍ୟ ନୂଆ ଅନଲକ୍
(ଦିଲ୍ଲୀ) : ଉତ୍ତର ପ୍ରଦେଶରେ କରୋନା ସଂକ୍ରମଣ କମିଛି। ଏଣୁ ରାଜ୍ୟରେ ପର୍ଯ୍ୟାୟକ୍ରମେ ଅନଲକ୍ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଶୁକ୍ରବାର ମଧ୍ୟ ନୂଆ ଅନଲକ୍ ଗାଇଡ୍ଲାଇନ୍ ଜାରୀ କରାଯାଇଛି। ଏଥିରେ ମଲ୍ଟିପ୍ଲେକ୍ସ, ସିନେମା ହଲ୍, ଜିମ୍ ଏବଂ ସ୍ପୋର୍ଟସ ଷ୍ଟାଡିୟମ୍ ଖୋଲିବାକୁ ଅନୁମତି ମିଳିଛି। ରାଜ୍ୟର କୋଭିଡ୍ ସ୍ଥିତି ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଜୁଲାଇ ୫ ତାରିଖରୁ ନୂଆ ଗାଇଡ୍ ଲାଗୁ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।
ସୂଚନାନୁଯାୟୀ , ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ସୂଚନା ଦେଇ ଯୋଗୀ କହିଛନ୍ତି ଯେ ବର୍ତ୍ତମାନ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ସଂକ୍ରମଣହାର କମ୍ ରହିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫, ୮୩, ୮୨,୦୦ ଟେଷ୍ଟ କରାଯାଇଥିବା ବେଳେ ପ୍ରାୟ ଦୈନିକ ୨.୫ ଲକ୍ଷ ଟେଷ୍ଟ କରାଯାଉଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ସକ୍ରିୟ ହାର ୧ ପ୍ରତିଶତ ରହିଛି। ସେହିପରି ୨,୭୦,୭୨୩ କୋଭିଡ୍ ଟେଷ୍ଟ କରାଯାଇଛି। ରାଜ୍ୟରେ ୨୪ ଘଣ୍ଟାରେ ୧୩୩ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୮୮ ଜଣ ସୁସ୍ଥ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ।