ରାକ୍ଷୀପୁର୍ଣ୍ଣିମା ଭେଟି ।ଦରଦାମରେ ଘାଣ୍ଟି ହେଉଥିବା ସାଧାରଣ ଜନତାଙ୍କୁ ଆଶ୍ୱସ୍ତି । ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ୨୦୦ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଉପରେ ୨୦୦ଟଙ୍କା ସବସିଡି ଘୋଣୋ କରିଛନ୍ତି । ଉଜ୍ଜ୍ୱଳା ଯୋଜନା ଅଧୀନରେ ଥିବା ହିତାଧିକାରୀ ଏହାର ଲାଭ ଉଠାଇ ପାରିବେ । ଅଗଷ୍ଟ ମାସର ପ୍ରଥମ ଦିନ ପେଟ୍ରୋଲିୟମ କମ୍ପାନୀଗୁଡିକ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରିଥିଲେ । ତେବେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା।