ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । କିନ୍ତୁ ରାଜଧାନୀ ଭୁବନେଶ୍ୱର ତଥା ଖୋର୍ଦ୍ଧାରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପାର୍ବଣରେ ଖୋର୍ଦ୍ଧା ରେଡ ଜୋନକୁ ଯାଇଛି । ଜିଲ୍ଲା ବାହାରୁ ଲୋକେ ପାର୍ବଣରେ ରାଜଧାନୀକୁ ଆସୁଛନ୍ତି । ତେଣୁ ଏପରି ସ୍ଥିତି ସୃଷ୍ଟି ହୋଇଛି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ସଂକ୍ରମଣକୁ ଦେଖି ଖୋର୍ଦ୍ଧାକୁ ରେଡ ଜୋନରେ ରଖାଯାଇଛି ବୋଲି ମହାନ୍ତି କହିଛନ୍ତି ।
ରାଜ୍ୟରେ ଦୈନିକ ସଂକ୍ରମଣ ୪୦୦ରୁ ୬୦୦ ମଧ୍ୟରେ ରହୁଛି । ପର୍ବ ପର୍ବାଣୀ ଯୋଗୁଁ ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ଅଧିକ ଲୋକ ଆସୁଛନ୍ତି । ତେଣୁ ସଂକ୍ରମଣ ବୃଦ୍ଧି ପାଉଛି । ଟେଷ୍ଟ ପଜିଟିଭ୍ ରେଟ୍, ଆକ୍ଟିଭ୍ କେସକୁ ଦେଖି ଆମେ ରେଡ୍ ଜୋନ୍ କରୁଛୁ । ସଚେତନ ରହିଲେ ହିଁ ଆମେ ସଂକ୍ରମଣକୁ ରୋକି ପାରିବା ବୋଲି ଡ଼ିଏମଇଟି କହିଛନ୍ତି ।