ଅଟୋକୁ ଧକ୍କା ଦେଲା ଟ୍ରକ୍; ଯୁବ କ୍ରିକେଟରଙ୍କ ସମେତ ୪ ମୃତ

ଅଟୋକୁ ଧକ୍କା ଦେଲା  ଟ୍ରକ୍ । ଦୁର୍ଘଟଣାରେ ଚାଲିଗଲା  ୪ ଜୀବନ । ଉତ୍ତରପ୍ରଦେଶର ଆଗ୍ରା-ଆଲିଗଡ଼ ଜାତୀୟ ରାଜପଥରେ ଏହି ଦୁର୍ଘଟଣା  ଘଟିଛି ।  ମୃତକ ମାନଙ୍କ ମଧ୍ୟରେ  ଅଛନ୍ତି  ଦିଲ୍ଲୀର ଜଣେ ଦମ୍ପତି, ଜଣେ ଯୁବ କ୍ରିକେଟର ଓ ଅନ୍ୟ ୨ ଜଣଙ୍କ ପରିଚୟ ମିଳିନାହିଁ ।   ଏହି ଦୁର୍ଘଟଣାରେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି ।   ଅଟୋଟି ଯାତ୍ରୀମାନଙ୍କୁ ନେଇ ଯାଉଥିବା ବେଳେ ଉତ୍ତରପ୍ରଦେଶର ଆଗ୍ରା-ଆଲିଗଡ଼ ଜାତୀୟ ରାଜପଥରେ ଟ୍ରକ୍ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ମର୍ମନ୍ତୁଦ ଥିଲା  ଅଟୋଟି ଚେପା ହୋଇଯାଇଥିଲା ।  ସ୍ଥାନୀୟ ଲୋକ  ଅଟୋରୁ ଯାତ୍ରୀମାନଙ୍କୁ ଉଦ୍ଧାର  କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।  ଅଟୋରେ ମୋଟ ୭ ଜଣଙ୍କ ଥିବା ଜଣାଯାଇଛି ।