ଆଜି ବିଧାନସଭା ଊପନିର୍ବାଚନ ପାଇଁ ନାମାଙ୍କନ ଦାଖଲ : କାଲି ନର୍ବାଚନ

ଭୁବନେଶ୍ୱର : ବିଧାନସଭ ଉପବାଚସ୍ପତି ନିର୍ବାଚନ ଲାଗି ଆଜି ହେଉଛି ନାମାଙ୍କନ ପତ୍ର ଦାଖଲର ଦିନ । ଏ ନେଇ ବିଧାନ ସଭା ପକ୍ଷରୁ ପୂର୍ବାହ୍ନ ୧୧ଟାରୁ ପ୍ରକିୟା ଆରମ୍ଭ ହୋବ । ଆସନ୍ତାକାଲି ସକାଳ ୯ଟାରେ ଉପବାଚସ୍ପତି ନିର୍ବାଚନ । ତେବେ ସଂଖ୍ୟା ଦୃଷ୍ଟିରୁ ଶାସକ ଦଳର ବିଜେଡି ଦ୍ୱାରା ମନୋନୀତ ପ୍ରାର୍ଥୀ ହିଁ ଉପବାଚସ୍ପତି ହେବା ନିଶ୍ଚିତ । ତେବେ , ଶାସକ ଦଳ ଏହି ପଦବୀ ପାଇଁ କାହାକୁ ପ୍ରର୍ଥୀ କରୁଛି , ତହା ଉପରେ ସମସ୍ତଙ୍କର ନଜର ।

ସୂଚନାଯୋଗ୍ୟ ଯେ, ଚଳିତମାସ ୮ ତାରିଖରେ ଉପବାଚସ୍ପତି ପଦରୁ ରଜନୀକାନ୍ତ ସିଂ ଇସ୍ତଫା ଦେଇଥିଲେ।ଏଣେ ଆସନ୍ତାକାଲିଠାରୁ ବିଧାନସଭାର ଶୀତକାଳିନ ଅଧିବେଶନ ଆରମ୍ଭ ହେଉଛି। ଅଧିବେଶନ କିପରି ସୁରୁଖୁରୁରେ ଚାଲିବ, ସେ ନେଇ ଆଜି ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆଜି ସର୍ବଦଳୀୟ ବୈଠକ ବସିବ ।