ଆଜି ସରୁଛି ଭିସାଧାରୀଙ୍କ ପାଇଁ ସମୟସୀମା

ଭୁବନେଶ୍ବର: ଜମ୍ମୁ-କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଅନେକ କଡ଼ା ପଦକ୍ଷେପ ନେଉଛନ୍ତି ଭାରତ ସରକାର । ସେଥିମଧ୍ୟରୁ ଗୋଟିଏ ହେଲା ଅଟାରୀ-ବର୍ଡରକୁ ଅସ୍ଥାୟୀ ରୂପେ ବନ୍ଦ କରିବା ଏବଂ ପାକିସ୍ତାନ ନାଗରିକଙ୍କ ଭିସା ରଦ୍ଦ କରି ସେମାନଙ୍କୁ ୪୮ ଘଣ୍ଟା ଭିତରେ ଭାରତ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯଦି ସମୟସୀମା ଭିତରେ ପାକିସ୍ତାନ ନାଗରିକ ଭାରତ ନଛାଡ଼ନ୍ତି ସେମାନେ ଦଣ୍ଡ ଭୋଗିବେ ବୋଲି କୁହାଯାଇଛି ।

ତେବେ ସାର୍କ ଭିସାଧାରୀଙ୍କ ପାଇଁ ଏପ୍ରିଲ ୨୬ ତାରିଖ ଶେଷ ଥିବାବେଳେ, ଆଜି ଅର୍ଥାତ୍ ଏପ୍ରିଲ ୨୯ ପର୍ଯ୍ୟନ୍ତ ସମୟ ମେଡିକାଲ ଭିସାଧାରୀଙ୍କ ପାଇଁ ଡେଡଲାଇନ୍ ରହିଛି । ପାକିସ୍ତାନୀଙ୍କ ବିରୋଧରେ ଇମିଗ୍ରେସନ ଓ ଫରେନର୍ସ ଆକ୍ଟ-୨୦୨୫ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦେଶ ନଛାଡ଼ିଲେ ୩ ବର୍ଷର ଜେଲ ଦଣ୍ଡାଦେଶ ସହ ୩ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ପଡ଼ିପାରେ ।