ବାଘୁଣୀ ସହିତ ଷ୍ଟଣ୍ଟ କରିବା ହେଲା ମହଙ୍ଗା

ସୋସିଆଲ ମିଡିଆ ପାଇଁ ବାଘୁଣୀ ସହିତ ଏହି ଷ୍ଟଣ୍ଟ କରିବା  ପ୍ରଭାବଶାଳୀଙ୍କ ପାଇଁ ବହୁତ ମହଙ୍ଗା ସାବ୍ୟସ୍ତ ହେଲା। ଲାହୋରର କାହ୍ନା ଅଞ୍ଚଳର ଏକ ଘରୋଇ ଫାର୍ମହାଉସରେ କଣ୍ଟେଣ୍ଟ କ୍ରିଏଟର ନୌମାନ ହାସନ ଏକ ଟିକଟକ୍ ଭିଡିଓ ସୁଟିଂ କରିବା ପାଇଁ ବାଘୁଣୀକୁ ତାଙ୍କ ପିଞ୍ଜରାରୁ ମୁକ୍ତ କରିଥିଲେ। ବାଘଟି ଫାର୍ମହାଉସରେ କର୍ମଚାରୀ ୧୯ ବର୍ଷୀୟ ତଲହାଙ୍କୁ ଆକ୍ରମଣ କରିଥିଲା। ଯୁବକ ଜଣକ ଗୁରୁତର ଆହତ ହୋଇ ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ତାଙ୍କୁ ବଞ୍ଚାଯାଇ ପାରିଲା ନାହିଁ। ପୋଲିସ  ଫାର୍ମହାଉସ ମାଲିକ ଫୟାଜ ଏବଂ ପ୍ରଭାବଶାଳୀ ନୌମାନ ହାସନଙ୍କୁ ଗିରଫ କରିଛି । ବାଘୁଣୀଟିକୁ ଫାର୍ମହାଉସର ଏକ ପ୍ରଜନନ କେନ୍ଦ୍ରରେ ରଖାଯାଇଥିଲା।

ଲାହୋର ପୋଲିସର ସୂଚନା ଅନୁଯାୟୀ, ପ୍ରାରମ୍ଭରେ ପ୍ରଭାବଶାଳୀ ବ୍ୟକ୍ତି ଦାବି କରିଥିଲେ ଯେ ତଲହାଙ୍କୁ ଏକ କୁକୁର ଆକ୍ରମଣ କରିଥିଲା, କିନ୍ତୁ ତଦନ୍ତରୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିଥିଲା। ଲାହୋର ପୋଲିସ କହିଛି, “ଟିକଟ୍କର ସଉକ ଜଣେ ବ୍ୟକ୍ତିଙ୍କ ଜୀବନଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପାରିବ ନାହିଁ। ସଉକ କିମ୍ବା ମନୋରଞ୍ଜନ ନାମରେ କାହାରି ଜୀବନକୁ ବିପଦରେ ପକାଇବାକୁ ଅନୁମତି ଦିଆଯାଇପାରିବ ନାହିଁ। ତଥ୍ୟ ଲୁଚାଇବାର ପ୍ରୟାସ ଏବଂ ଅବହେଳାର ପ୍ରତ୍ୟେକ ଦିଗର ତଦନ୍ତ କରାଯିବ।ଏବେ ପୋଲିସ ତଦନ୍ତ କରୁଛି ଯେ ଫାର୍ମହାଉସରେ ବାଘୁଣୀକୁ ରଖିବା ପାଇଁ ଅନୁମତି ଥିଲା କି ନାହିଁ ଏବଂ ସେଠାରେ ସମସ୍ତ ସୁରକ୍ଷା ନିୟମ ପାଳନ କରାଯାଇଥିଲା କି ନାହିଁ।