ନର୍ଲା ବଙ୍ଗଳା ଠାରେ ଜାତୀୟ ପ୍ରେସ ଦିବସ ପାଳିତ

ଆଜି ନର୍ଲା ସ୍ଥିତ ପୂର୍ତ୍ତ ବିଭାଗ ର ବଙ୍ଗଳା ପରିସରରେ ନର୍ଲା ପ୍ରେସ ଏସୋସେଶନ ଓଜେୟୁ ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହେଇଥିଲା । ସଂଘ ର ସମସ୍ତ ସଦସ୍ୟ ଙ୍କ ଉପସ୍ଥିତି ରେ ମଞ୍ଚରେ ମୁଖ୍ୟ ଅତିଥି ଭବେ ମଞ୍ଚାସିନ ହୋଇଥିଲେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିପିନ ବିହାରୀ ଦୀପ , ସମ୍ମାନୀତ ଅତିଥି ଭାବେ ଶ୍ରୀମତୀ ବାସନ୍ତୀ ସାହୁ, ସମାଜସେବୀ ପ୍ରଦୀପ ନାୟକ, ବରିଷ୍ଠ ଆଇନଜୀବୀ କୁବେର ସାହୁ, କୃଷୀ ଉଦ୍ୟୋଗୀ ବିରେନ୍ଦ୍ର ପଧାନ, ନର୍ଲା ଥାନା ଏସ. ଆଇ ଅବନୀ କୁମାର ଖୁରା ପ୍ରମୁଖ  ମଞ୍ଚାସିନ ଥିଲେ ।

ନର୍ଲା ପ୍ରେସ ଆସୋସେଶନ ର ସଭାପତି ଚିନ୍ତାମଣି ନାଏକ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥଲା । ଅତିଥି ମାନଙ୍କ ଦ୍ଵାରା ଦୀପ ପ୍ରଜ୍ଜ୍ୱଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ଗଣ ମାଧ୍ୟମ ରାଷ୍ଟ୍ର ର ଜାଗ୍ରତ ପ୍ରହରୀ ବୋଲି ଅତିଥି ବୋଲି ମତ ରଖିଥିଲେ ବରିଷ୍ଠ ସାମ୍ୱାଦିକ ମୋନଜ କୁମାର ଷଢ଼ଙ୍ଗୀ ମଞ୍ଚ ପରିଚାଳନା କରିଥିବା ବେଳେ ସାମ୍ୱାଦିକ ସନ୍ତୋଷ ପାତ୍ର, ନରୋତ୍ତମ ପାୟ ସିଂ , ଦୋଲା ମଣି ସାହୁ, ଗୁପ୍ତେଶ୍ୱର  ହାତୀ, ବାରୁ ମାଝୀ, ସଦାଶିବ ନାଗ, ତପନ କୁମାର ସାହୁ, ସଞ୍ଜୀବ ଦାସ, ବାବୁଲା ବାଗ , ଅଜିତ ମାଝୀ, ଚିତ୍ତରଞ୍ଜନ ରଣା,ଗଣେଶ ଭୋଇ, ଜଗତ ରାମ ସାହୁ, ନୀଳକଣ୍ଠ ବାରିକ୍  ସହଯୋଗ କରିଥିଲେ ପରିଶେଷରେ ସଙ୍ଘ ପକ୍ଷରୁ ସମାଜସେବୀ ଏବଂ ସାମ୍ୱାଦିକ ମାନଙ୍କୁ ସମ୍ବର୍ଦ୍ଧନା କରଯାଇଥିଲା ପରିଶେଷରେ ସଂଘ ସଭପତି  ଧନ୍ୟବାଦ୍ ଜ୍ଞାପନ କରି ସଭାଟିକୁ ସାଙ୍ଗ କରିଥିଲେ ।