ଢେଙ୍କାନାଳ / ସଞ୍ଜୁ – କପିଳାସ ସଂରକ୍ଷିତ ଜଙ୍ଗଲରୁ ବଜ୍ରକାପ୍ତ ଚୋରା ଚାଲାଣ ହେଉଥିବା ଖବର ପାଇ ଡିଏଫଓଙ୍କ ତତ୍ତ୍ୱାବଧାନରେ ୧୮ ଜଣିଆ ଟିମ୍ ଗଠନ କରାଯାଇ ତଦନ୍ତ ଚଳାଇଥିଲେ । ଗତକାଲି ସନ୍ଧ୍ୟାରେ ବଜ୍ରକାପ୍ତା ଚୋରା ଚାଲାଣ କରି ଫେରୁଥିବା ଏକ ଗ୍ୟାଙ୍ଗକୁ ଉକ୍ତ ଟିମ୍ କଟକ ଜିଲ୍ଲାର ଶଙ୍କରପୁର ରାସ୍ତାରୁ ଧରିଥିଲେ । ସୋମନେ ହେଲେ ଖୋର୍ଦ୍ଧା ଜିଲ୍ଲା ଗଡ଼ହଳଦିଆ ମେଡିକାଲ ସାହିର ଘନଶ୍ୟାମ ବେହେରା ଓ ଜଟଣୀ ଥାନା ବଡତୋଲା ଗ୍ରାମର ଜିତେନ୍ଦ୍ର ପ୍ରଧାନ । ଫଳରେ ଘଟଣାସ୍ଥଳରୁ ୨ ଜଣ ଫେରାର ହୋଇଛନ୍ତି ।ଗିରଫ ଅଭିଯୁକ୍ତଙ୍କଠାରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ଯାହାର ମୂଲ୍ୟ ୪୦ ଲକ୍ଷ ଟଙ୍କାରେ ଏହାକୁ ବିକ୍ରି କରିବାକୁ ଠିକ୍ କରିଥିବା ଫୋନ କଲରୁ ଜଣା ପଡିଛି । ଏହାର ଲିଙ୍କ ଏବଂ ଗ୍ୟାଙ୍ଗକୁ ଧରିବାକୁ କ୍ରାଇମ୍ ବ୍ରାଞ୍ଚ ଏବଂ ଖୋର୍ଦ୍ଧ ଡିଏଫଓ ଙ୍କ ସହଯୋଗ ଲୋଡ଼ାଯିବ ବୋଲି ଢେଙ୍କାନାଳ ଡିଏଫଓ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।