ପଟିଦିଅଁରେ ପୂଜା ପାଉଛନ୍ତି ତିନି ଠାକୁର

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ ମଣ୍ଡପରେ 108 ଗରା ସୁବାସିତ ଜଳ ଓ ପଇଡ଼ ପାଣିରେ ସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତି ଅଣସର  ପିଣ୍ଡିରେ ବିଜେ କରିଛନ୍ତି। ଏହି ସମୟରେ ଶ୍ରୀ ଜିଉଁଙ୍କ ବଦଳରେ ପଟିଦିଅଁ ପୂଜା ପାଉଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରୂପରେ ଅନନ୍ତ ଶ୍ରୀ ନାରାୟଣ,ବଡ଼ ଠାକୁର ଶ୍ରୀ ବଳଭଦ୍ରଙ୍କ ରୂପରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ରୂପରେ ମାଆ ଭୁବନେଶ୍ୱରୀ ପୂଜା ପାଉଛନ୍ତି। ଅଣସରରେ ଗୁପ୍ତ ନୀତି ପରେ ମହାପ୍ରଭୁ ନବ ଯୌବନ ବେଶ ସହ ଶ୍ରୀ ଗୁଣ୍ଡିଚା ଯାତ୍ରାରେ ବାହାରକୁ ବାହାରିବେ  ଚତୁର୍ଦ୍ଧାମୂର୍ତ୍ତି।