ପୁରୀ/ ଜୟନ୍ତ କୁମାର ସେଠି: ରାଜ୍ୟର ଅନେକ ଜିଲ୍ଲାରେ ଲାଗିରହିଛି ବନ୍ୟା ସ୍ଥିତି । ହନ୍ତସନ୍ତ ହେଉଚନ୍ତି ଅଞ୍ଚଳ ବାସୀ । ସେହିପରି ପୁରୀ ଜିଲ୍ଲା କଣାସ ରେ ପସିଛି ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ବୁଡି ଯାଇଛି ଦୋକନ୍ଦା ଗ୍ରାମ। ସେପଟେ ଫୁଲିବାରେ ଲାଗିଛି ଦୟା, ମକରା, ରାଜୁଆ ନଦୀ । କଣାସ ବ୍ଲକ ପାଇଁ ବଢିବାରେ ଲାଜିଛି ବିପଦ । ଦୁର୍ବଳ ନଦୀ ବନ୍ଧକୁ ନେଇ ଚିନ୍ତାରେ ନଦୀ କୂଳିଆ ଗ୍ରାମବାସୀ। ଚିଲିକାରେ ଜଳସ୍ତର ଉଚ ରହିଥିବା ଯୋଗୁ ବନ୍ୟା ଜଳ ନିଷ୍କାସନ ରେ ବାଧା ସୃଷ୍ଠି ହେଉଥିବା କୁହାଯାଉଛି । ଫଳରେ କଣାସ ବ୍ଲକ ରେ ବନ୍ୟା ସୃଷ୍ଠି ହେବାର ଆଶଙ୍କା କରୁଛନ୍ତି ଅଞ୍ଚଳ ବାସୀ।