ବ୍ୟୁରୋ: ପ୍ରତିବର୍ଷ ବୈଶାଖ ମାସର ଶୁକ୍ଳ ପକ୍ଷର ତୃତୀୟା ତିଥିରେ ଅକ୍ଷୟ ତୃତୀୟା ଉତ୍ସବ ପାଳନ କରାଯାଏ। ଚଳିତ ବର୍ଷ ଆଜିର ଦିନରେ ପଡ଼ିଛି ପବିତ୍ର ଅକ୍ଷୟ ତୃତୀୟା ପର୍ବ। ଯାହାକୁ ପ୍ରତ୍ୟେକ ଅତି ଆନନ୍ଦ ଉଲ୍ଲାସରେ ପାଳନ କରୁଛନ୍ତି। ଏହାକୁ ଅନ୍ୟ ସ୍ଥାନରେ ଆଖା ତିଜ୍ ମଧ୍ୟ କହିଥାନ୍ତି। ଆଜିର ଦିନରେ ସମସ୍ତ ମାଙ୍ଗଳିକ ଏବଂ ଶୁଭ କାର୍ୟ୍ୟ ଯେକୌଣସି ସମୟରେ କରିପାରିବେ। ତେବେ ଆଜିର ଆଧୁନିକ ପିଢ଼ି ଏହି ପର୍ବ ସମ୍ପର୍କରେ ଜାଣିବା ନିହାତି ଜରୁରୀ।
ଏହି ପର୍ବ କଣ ଓ କଣ ପାଇଁ ଏହାକୁ ପାଳନ କରାଯାଏ। ଦର୍ଶକବନ୍ଧୁ ଆମ ହିନ୍ଦୁ ଧର୍ମରେ ବାର ମାସରେ ରହିଛି ତେର ପର୍ବ। ଆଉ ଏହି ସମସ୍ତ ପର୍ବ ପାଳନ କରିବା ପଛରେ ରହିଛି ବିଶେଷ କାରଣ। ସେହିପରି ଆଜିର ଏହି ଅକ୍ଷୟ ତୃତୀୟାକୁ ପାଳନ କରିବା ପଛରେ ମଧ୍ୟ ରହିଛି ବଡ଼ କାରଣ। ହିନ୍ଦୁ ଧର୍ମ ଶାସ୍ତ୍ର ଓ ଗ୍ରନ୍ଥରେ ଏହାର ଭିନ୍ନ ଭିନ୍ନ ଅବସରରେ ଭିନ୍ନ ଭିନ୍ନ କାରଣ ମଧ୍ୟ ଦର୍ଶାଯାଇଛି। ପ୍ରଥମରେ ଏହା କୁହାଯାଇଛି ଯେ ଏହିଦିନ ଭଗବାନ ପର୍ଶୁରାମ ବିଷ୍ଣୁ ଙ୍କ ଷଷ୍ଠ ଅବତାର ଜନ୍ମ ହୋଇଥିଲେ। ପର୍ଶୁରାମଙ୍କ ପିତା ମାତା ହେଉଛନ୍ତି ମହର୍ଷି ଜମଦଗ୍ନି ଓ ମାତା ରେଣୁକା ଦେବୀ। ଏମିତିରେ ଭଗବାନ ପର୍ଶୁରାମଙ୍କୁ ପୂଜା ମଧ୍ୟ କରାଯାଏ।
ମାନ୍ୟତା ରହିଛି ଯେ ଏହିଦିନ ମାଆ ଗଙ୍ଗା ସ୍ୱର୍ଗରୁ ବିଦା ହୋଇ ଧରାପୃଷ୍ଠରେ ଅବତରଣ କରିଥିଲେ। ଦେବୀ ଗଙ୍ଗାଙ୍କୁ ଧରାପୃଷ୍ଠକୁ ଓହ୍ଲାଇବା ପାଇଁ ରାଜା ଭାଗିରଥ ହଜାର ବର୍ଷ ପର୍ଯ୍ୟନ୍ତ ତପସ୍ୟା କରିଥିଲେ। ଆଉ ଶେଷରେ ଆଜିର ଦିନରେ ପବିତ୍ର ଗଙ୍ଗ ନଦୀରେ ବୁଡ଼ ପକାଇଲେ ବ୍ୟକ୍ତିଙ୍କର ସବୁ କଷ୍ଟ ଦୂର ହୁଲ ବୋଲି ବିଶ୍ୱାସ ରହିଛି। ଏହିଦିନ ଅନ୍ନପୂର୍ଣ୍ଣା ଦେବୀଙ୍କ ଜନ୍ମଦିନ ମଧ୍ୟ ପାଳନ କରାଯାଏ। ଗରିବଙ୍କୁ ଖାଦ୍ୟ ଦିଆଯାଏ। ମାଆ ଅନ୍ନପୂର୍ଣ୍ଣା ଭୋଜନରେ ସ୍ୱାଦ ଆଣିବାର ଆଶିର୍ବାଦ ଦେଇଥାନ୍ତି।
ଏହାସହ ମହିଳା ମାନେ ମାଆଙ୍କ ଏହି ଆଶିର୍ବାଦ ପାଇବା ପାଇଁ ପୂଜା କରିଥାନ୍ତି। ଆମେ ମହାଭାରତ ସମ୍ପର୍କରେ ଅନେକ କଥା ଜାଣିଛେ ଓ ଶୁଣିଛେ ମଧ୍ୟ। ତେବେ ଏହାକୁ ମହର୍ଷି ବେଦ ବ୍ୟାସ ଆଜିର ଦିନଠୁ ଲେଖିବା ଆରମ୍ଭ କରିଥିଲେ। ଏହାକୁ ୫ମ ବେଦ ରୂପେ ମନାଯାଏ। ସଶକ୍ତ ଶ୍ରମୀଦଭଗବତ୍ ଗୀତା ଏଥିରେ ସାମିଲ ରହିଛି। ମାନ୍ୟତା ରହିଛି ଯେ ଏହିଦିନ ଶ୍ରମୀଦଭଗବତ୍ ଗୀତାର ୧୮ତମ ଅଧ୍ୟାୟ ପାଠ କଲେ ଭଲ ମନାଯାଏ।