ସେଙ୍ଗୋଲ ବିଷୟରେ ଚିନ୍ତା କରି ସିଗନାଲକୁ ଭୁଲି ଗଲା ବିଜେପି; ଡିଏମକେ ନେତା

ବ୍ୟୁରୋ: ବାଲେଶ୍ୱର ଟ୍ରେନ ଟ୍ରାଜେଡିକୁ ବିତିଯାଇଛି ୩ ଦିନ । ଟ୍ରେନ ଦୁର୍ଘଟଣା ପରେ ଏବେ ସାରା ଦେଶରେ ଏହାକୁ ନେଇ ପଲିଟିକ୍ସ ଆରମ୍ଭ ହୋଇ ଯାଇଛି । ବାଲେଶ୍ୱର ଟ୍ରେନ ଦୁର୍ଘଟଣାରେ ବିଜେପିକୁ ଆର୍ଗେଟ କରିଛନ୍ତି ବିରୋଧି । ଏହାରି ଭିତରେ ଟ୍ରେନ୍ ଦୁର୍ଘଟଣାକୁ ନୂଆ ସଂସଦର ଉଦଘାଟନ ସହ ଯୋଡି ଡିଏମକେ ନେତା ବିଜେପିକୁ ଟାର୍ଗେଟ କରିଛନ୍ତି। ଡିଏମକେ ମୁଖପାତ୍ର ସୈଦାଇ ସାଦିକ ସୋମବାର (ଜୁନ୍ ୨)) ରେଳ ଟ୍ରାକ୍ରେ ପଡ଼ିଥିବା ଶବଗୁଡିକର ଏକ ଗ୍ରାଫିକ୍ ଫଟୋ ସେୟାର କରି ଟ୍ୱିଟ୍ କରି କହିଛନ୍ତି ଯେ ବିଜେପି ସିଗନାଲ ବିଷୟରେ ଚିନ୍ତା କରିବାକୁ ଭୁଲି ଯାଇଛି କାରଣ ସେ କେବଳ ସେଙ୍ଗୋଲ ବିଷୟରେ ଚିନ୍ତା କରୁଥିଲେ। ଡିଏମକେ ମୁଖପାତ୍ର ତାମିଲନାଡୁର ସିଏମ ଏମ.କେ ଷ୍ଟାଲିନ, ରାଜ୍ୟ ଶିକ୍ଷା ମନ୍ତ୍ରୀ ଅନିଲ ମହେଶ, ଚିକିତ୍ସା ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ସୁବ୍ରମଣ୍ୟନ, ବିଧାୟକ ଉଦୟାନିଧି ଷ୍ଟାଲିନଙ୍କୁ ମଧ୍ୟ ତାଙ୍କ ପୋଷ୍ଟରେ ଟ୍ୟାଗ କରିଛନ୍ତି। ତାଙ୍କ ପୋଷ୍ଟ ପରେ ବିବାଦ ଉପୁଜିଛି। ତାମିଲନାଡୁର ଅଭିନେତ୍ରୀ ତଥା ବିଜେପି ନେତାମାନଙ୍କୁ ଆଇଟମ୍ ବୋଲି କହି ସାଦିକ ମଧ୍ୟ ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ଏଥିରେ ସାଦିକ ନମିତା, ଖୁସବୁ ସୁନ୍ଦର, ଗୌତମ ଏବଂ ଗାୟତ୍ରୀ ରଘୁରାମଙ୍କୁ ଟାର୍ଗେଟ କରିଥିଲେ। ଏହା ପରେ ସାଦିକ କ୍ଷମା ପ୍ରାର୍ଥନା କରିଥିଲେ। ଏହି ଦୁର୍ଘଟଣା ସହ ନୂତନ ସଂସଦର ଉଦଘାଟନ ସହ ଡିଏମକେ ନେତା ବିଜେପିକୁ ଟାର୍ଗେଟ କରିଛନ୍ତି। ୨୮ ମଇରେ ପ୍ରଧାନମନ୍ତ୍ରୀ ମୋଦୀ ନୂତନ ସଂସଦ ଗୃହର ଉଦଘାଟନ କରିଛନ୍ତି। ଏହି ସମାରୋହକୁ ନେଇ ଅନେକ ବିବାଦ ଦେଖାଦେଇଥିଲା । ବହୁ ବିରୋଧୀ ଦଳ ଏହି ସମାରୋହକୁ ବହିଷ୍କାର କରିଥିଲେ। ସେ କହିଛନ୍ତି ଯେ ରାଷ୍ଟ୍ରପତି ନୂତନ ସଂସଦର ଉଦଘାଟନ କରିବା ଉଚିତ୍। ଏହି ସମୟରେ, ଐତିହାସିକ ରାଜଦଣ୍ଡ (ସେଙ୍ଗୋଲ) କୁ ନେଇ ମଧ୍ୟ ବିବାଦ ଦେଖାଦେଇଥିଲା । ତାମିଲନାଡୁର ସେଙ୍ଗୋଲ ଲୋକସଭା ବାଚସ୍ପତି ଆସନ ନିକଟରେ ସ୍ଥାପନ କରାଯାଇଥିଲା।