ଭୁବନେଶ୍ବର : ଶିମିଳିପାଳ ଜାତୀୟ ଉଦ୍ୟାନରେ ୪୦ ମହାବଳ ଅଛନ୍ତି । ଏନେଇ ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ୍ କୁମାର ଝା ସୂଚନା ଦେଇଛନ୍ତି । ତେବେ ଏହି ୪୦ ବାଘରୁ ୬ଟି ଶାବକ , ୧୭ଟି ବାଘୁଣୀ ଥିବା କୁହାଯାଉଛି । ସେହିପରି କଳାବାଘ ୧୮ଟି ରହିଛନ୍ତି । ତେବେ ଆଗାମୀ ୧୦ ବର୍ଷରେ ମହାବଳ ସଂଖ୍ୟା ଶହେକୁ ପହଞ୍ଚାଇବାକୁ ଲକ୍ଷ୍ୟ ଥିବା କହିଛନ୍ତି ପ୍ରେମ କୁମାର ।