ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

ନଚିକେତ ପ୍ରଧାନ: ଗଞ୍ଜାମ ଜିଲ୍ଲା ବଡଗଡ ଥାନା ବୋରଦା ଗ୍ରାମରେ ଅଭାବନୀୟ ଘଟଣା।ଦେହରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ ।ଆହତ ଜଣକ ବୋରଦା ଗ୍ରାମର ପୁନିଆ ଗୌଡ଼ । ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ ।ସୂଚନା ମୁତାବକ ଆଜି ହଟାତ ପୁନିଆ ଦେହରେ ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା । ସେଠାରେ ଥିବା କିଛି ଲୋକ ତାକୁ ନିଆରୁ ଉଦ୍ଧାର କରିବା ସହ ବଡଗଡ ପୋଲିସ ଓ ୧୦୮ ଆମ୍ବୁଲାନ୍ସ କୁ ସୂଚନା ଦେଇଥିଲେ କିନ୍ତୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ସ୍ଥାନୀୟ ଯୁବକ ସଂଘ ଆହତ ଙ୍କୁ ଉଦ୍ଧାର କରି ଏକ ଗାଡ଼ି ଯୋଗେ ବଡଗଡ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଶରୀରର ୭୦ ଭାଗ ପୋଡିଯାଇଥିବାରୁ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।ଅନ୍ୟପଟେ ଠିକ ସମୟରେ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳକୁ ନଆସିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣା ର ଅଧିକ ତଦନ୍ତ କରୁଛି।