ଭୁବନେଶ୍ୱର: ଦୁଇ ଦିନ ବର୍ଷା ପରେ ବଦଳିଛି ପାଗ । ଦିନକୁ ଦିନ ବଢିବ ତାତି । ଦିନର ତାପମାତ୍ରା ଆସନ୍ତା ୪ ଦିନ ଭିତରେ ୮ରୁ ୧୦ ଡଗ୍ରୀ ସେଲସିୟସ ବଢିବ ବୋଲି କୁହାଯାଉଛି । ଏହା ସହ ରାତିର ତାପମାତ୍ର ୩ରୁ ୫ ଡିଗ୍ରୀ ବଡିପାରେ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଭଳି ହେଲେ କେତେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ହୋଇପାରେ ବୋଲି କୁହାଯାଉଛି । ତେବେ ଗତ କାଲି ସର୍ବୋଚ ତାପମାତ୍ରା ଟିଟିଲାଗଡରେ ରେକର୍ଡ କରାଯାଇଥିବା ବେଳେ ତାହାର ତାପମାତ୍ରା ୩୪ ଡିଗ୍ରୀ ରହିଥିବା କୁହାଯାଉଛି । ସେହିପରି ଭୁବନେଶ୍ୱର ତାପମାତ୍ରା ୩୦.୮ ଡିଗ୍ରୀ ରହିଥିବା ବେଳେ କଟକରେ ୩୦ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ବାଲେଶ୍ୱର, ଅନୁଗୁଳ, ପୁରୀ, ପାରାଦୀପ, ହୀରାକୁଦ, ତାଳଚେର, ଦାରିଙ୍ଗିବାଡି, ଭଦ୍ରକ, ଯାଜପୁର, ଢେଙ୍କାନାଳ, ବରଗଡ, ଦେବଗଡ, ରାଉରକେଲା ଆଦି ସ୍ଥାନରେ ଦିନ ତାପମାତ୍ରା ୩୦ ଡିଗ୍ରୀରୁ କମ ରହିଛି । ତେବେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବା ସହ ଦିନର ତାପମାତ୍ରା ଅଧିକାଂଶ ସ୍ଥାନରେ ୮ରୁ ୧୦ ଡିଗ୍ରୀ ବଢିପାରେ ।