ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ) : ଆଜି ହେଉଛି ଜାତୀୟ ଡାକ୍ତର ଦିବସ । ଆଜି ଏହି ଜାତୀୟ ଡ଼ାକ୍ତର ଦିବସ ଅବସରରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଣ୍ଡିଆନ ମେଡ଼ିକାଲ ଆସୋସିଏସନ୍ସ ପକ୍ଷରୁ ଏକ କାର୍ୟ୍ୟକ୍ରମରେ ଯୋଗଦେବେ ମୋଦୀ । ଆଜି ଦିନ ୩ଟା ସମୟରେ ଇଣ୍ଡିଆନ ମେଡ଼ିକାଲ ଆସୋସିଏସନ୍ସ ପକ୍ଷରୁ କାର୍ୟ୍ୟକ୍ରମ ଆୟୋଜିତ ହେବ ।
ସମାଜରେ ଡାକ୍ତର ମାନଙ୍କ ଅବଦାନ ପାଇଁ ଡାକ୍ତର ଦିବସ ପାଳନ କରାଯାଏ । ପ୍ରତିବର୍ଷ ଭାରତରେ ଡାକ୍ତର ଦିବସ ଜୁଲାଇ ୧ରେ ପାଳନ କରାଯାଏ । ବିଧାନ ଚନ୍ଦ୍ର ରାୟଙ୍କ ଜନ୍ମ ଦିନ ଅବସରରେ ଡାକ୍ତର ଦିବସ ପାଳନ ହେଉଛି । ଡାକ୍ତର ବିଧାନ ଚନ୍ଦ୍ର ରାୟ ଗାନ୍ଧିଜୀଙ୍କ ଡାକ୍ତର ବ୍ୟକ୍ତିଗତ ଡାକ୍ତର ସହିତ ସେ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ରହିଆସିଛନ୍ତି ।
ରବିବାର ମନ୍ କୀ ବାତ୍ କାର୍ୟ୍ୟକ୍ରମରେ ପିଏମ ମୋଦୀ ଡାକ୍ତର ରାଏଙ୍କୁ ମନେ ପକାଇଥିଲେ । ସେ କହିଥିଲେ ଯେ, ଜୁଲାଇ ୧କୁ ଜାତୀୟ ଡାକ୍ତର ଦିବାସ ରୁପେ ପାଳନ କରାଯିବ । ସମସ୍ତେ ଡାକ୍ତରମାନଙ୍କୁ ସମ୍ମାନ ଦେବା ଆବଶ୍ୟକ ବୋଲି ମୋଦୀ କହିଛନ୍ତି । କରୋନା ଆଗରେ ଭାରତ ମୁଣ୍ଡ ନୁଆଁଇବ ନାହିଁ ବୋଲି ଡାକ୍ତରମାନେ ସୁନିଶ୍ଚିତ କରିପାରିଛନ୍ତି ।