କଳିଙ୍ଗ ନଗର ଶ୍ରମିକ ସଂଘ ପକ୍ଷରୁ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ…

କଳିଙ୍ଗ ନଗର ଶ୍ରମିକ ସଂଘ ପକ୍ଷରୁ ଏକ  ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି। ସଂଘର ଜଣେ ବରିଷ୍ଠ କର୍ମକର୍ତ୍ତା ତଥା ନିଳାଞ୍ଚଳ ଇସ୍ପାତ ର କର୍ମଚାରୀ, ପ୍ରମୁଖ ଶ୍ରମିକ ନେତା ଗଙ୍ଗା ନାରାୟଣ ପଟ୍ଟନାୟକଙ୍କୁ ତାଙ୍କ ଦୀର୍ଘ ଓ ଗୌରବମୟ ଚାକିରି ଜୀବନରୁ ଅବସର ଗ୍ରହଣ ଅବସରରେ ସମ୍ମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ଆଲୋକ ମହାନ୍ତିଙ୍କ ଦାୟିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ, ସଭାର ଅଧ୍ୟକ୍ଷତା କରିଥିଲେ ବାବୁଲି ପୂର୍ତ୍ତି। ସଭାରେ କଳିଙ୍ଗ ନଗର ଶ୍ରମିକ ସଂଘର ସାଧାରଣ ସଂପାଦକ ପ୍ରତାପ ଜେନା, ସଭାପତି ବାବୁଲି ହାଇବୃ, ଉପ-ସଭାପତି ବାବୁନି ଦେଓ, ଉପଦେଷ୍ଟା ପ୍ରସଂଜିତ ନାୟକ ସହ ଟାଟା କର୍ମଚାରି ସଂଘର ସାଧାରଣ ସଂପାଦକ ବବିତା ହାଇବ୍ରୋ ଉପସ୍ଥିତ ଥିଲେ।ଏହା ସହିତ ଶ୍ରମିକ ନେତା ମହିରାମ ପୂର୍ତ୍ତି, ସୁରେଶ, ସୁକାନ୍ତ, ରାଣା ମହାନ୍ତି, ଟୁନା ପୂର୍ତ୍ତି ଓ ଅନେକ ସାଥୀ ଶ୍ରମିକ ନେତାମାନେ ଯୋଗଦେଇ ଗଙ୍ଗା ନାରାୟଣ ପଟ୍ଟନାୟକଙ୍କ ଶ୍ରମିକ ହିତାର୍ଥେ ଅବଦାନକୁ ସ୍ମରଣ କରିଥିଲେ।ସଭା ଶେଷରେ ସମସ୍ତେ ତାଙ୍କ ସୁସ୍ଥ, ସୁଖମୟ ଓ ସମ୍ମାନନୀୟ ଅବସର ଜୀବନ କାମନା କରିଥିଲେ।