ପୁରୀ: ଆସନ୍ତା ୨୩ରେ ଅସ୍ଥାୟୀ ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର ନିଷ୍ପତ୍ତି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ମୂଳ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ ମହାପ୍ରଭୁଙ୍କ ଅଳଙ୍କାର । ଯଦି ସ୍ଥାନାନ୍ତର ୨୩ରେ ନସରିବ ତେବେ ୨୪ରେ ହେବ ପୁର୍ନବାର ସ୍ଥାନାନ୍ତର । ରତ୍ନଭଣ୍ଡାର ସବ୍କମିଟି ବୈଠକରେ ମୁଖ୍ୟ ପ୍ରଶାସକ ଏନେଇ ସୂଚନା ଦେଇଛନ୍ତି ।

ଶ୍ରୀ ପାଢୀ ଆହୁରି କହିଛନ୍ତି ଯେ, ଭୋର ୪ଟାରୁ ଦ୍ବାରଫିଟା, ଅମୃତ ବେଳା ସମୟ ଅନୁସାରେ ରତ୍ନ ସ୍ଥାନାନ୍ତର ହେବ । ୨୩ରେ ସାଧାରଣ ଭକ୍ତଙ୍କ ଦର୍ଶନ ଉପରେ କଟକଣା ରହିବ । ଅଳଙ୍କାର ସ୍ଥାନାନ୍ତର ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ପଡ଼ିବ । ରତ୍ନଭଣ୍ଡାର ଚାବି ଟ୍ରେଜେରୀରେ ଦାଖଲ କରାଯିବ । ଗଣତି ମଣତି ଉପରେ ପରିଚାଳନା କମିଟି ନିଷ୍ପତ୍ତି ନେବ । ୧୯୭୮ ମସିହା ରତ୍ନ ଅଳଙ୍କାର ତାଲିକା ସହ ମେଳକ କରାଯିବ ବୋଲି କହିଛନ୍ତି ଶ୍ରୀ ପାଢୀ ।