ଯୋଡ଼ା / ରମେଶ ଚନ୍ଦ୍ର ମହାପାତ୍ର : କେନ୍ଦୁଝର ଯୋଡା ଥାନା କୋହ୍ଲହୁଣ୍ଡୁଳା ଗାଁରେ ଅଭାବନୀୟ ଘଟଣା ଘଟିଛି। ପୋଲ ତଳୁ ନାବାଳିକାର କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ନିକଟରେ ଏକ ରକ୍ତ ଭିଜା ପଥର ପଡିଥିବା ଦେଖିବାକୁ ମିଳିଛି। ନାବାଳକଟିକୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ମୃତକ ଜାମୁକୁଣ୍ଡିଆ ଗାଁର ଶୁକଦେବ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଆଜି ସ୍ଥାନୀୟ କିଛି ମହିଳା ସକାଳୁ ଶୌଚ ହେବାକୁ ଯାଇଥିବା ବେଳେ କୋହ୍ଲହୁଣ୍ଡୁଳା ପୋଲତଳେ ଜଣେ ନାବାଳିକା ର କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିଥିଲେ । ମୃତକ ଜାମୁକୁଣ୍ଡିଆ ଗାଁର ଶୁକଦେବ ଲାଗୁରୀ ହୋଇଥିବା ବେଳେ ତାଙ୍କୁ କେହି ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଗତକାଲି ଶୁକଦେବ ସନ୍ଧ୍ୟାରେ ପାଖ ଗାଁକୁ ମକରମେଳା ଦେଖିବାକୁ ଯାଇ ଘରକୁ ଫେରି ନଥିଲେ । ସାଇଣ୍ଟିଫିକ୍ ଟିମ୍ କୁ ଅପେକ୍ଷା କରାଯାଇଥିବା ବେଳେ, ଘଟଣାସ୍ଥଳରେ ଯୋଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।