ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ନିଶାଡି । ନିଶା ସେବନ କରି ଦିନ ଦ୍ୱିପ୍ରହରେ ରାସ୍ତା ମଝିରେ କରୁଛନ୍ତି ହାଇଡ୍ରାମା । ଏତେ ନିଶାରେ ଅଛନ୍ତି ଯେ ନିଜର ପରିଚୟ ମଧ୍ୟ ଦେଇପାରୁ ନାହାନ୍ତି । କାହାକୁ କଣ କହୁଛନ୍ତି ନିଜେ ବି ଅଜ୍ଞାନ୍ତ । ସେଥିରେ ପୁଣି ଜଣେ ନିରିହ ବ୍ୟକ୍ତିଙ୍କୁ ଚପଲରେ ପିଟିବାରେ ଲାଗିଛନ୍ତି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱରର ବାଣିବିହାର ଛକ ନିକଟରେ ।
ସୂଚନା ଅନୁଯାୟୀ, ଜଣେ ନିଶା ଗସ୍ତ ଯୁବତୀ ବାଣି ବିହାର ଛକ ନିକଟରେ ଦହିବରା ବିକ୍ରି କରୁଥିବା ଜଣେ ବ୍ୟବସାୟୀଙ୍କ ନିକଟକୁ ଆସି ଦହିବରା ଖାଇଥିଲେ । ପରେ ବ୍ୟବସାୟୀ ଜଣଙ୍କ ତାଙ୍କୁ ପଇସା ମାଗିବାରୁ ସେ ପଇସା ନ ଦେଇ ତାଙ୍କ ଫୋନ ନେଇ ଚାଲି ଯାଉଥିଲେ । ଯେତେବେଳେ ବ୍ୟବସାୟୀ ତାଙ୍କୁ ଫୋନ ମାଗିଥିଲେ ସେତେବେଳେ ଯୁବତୀ ଜଣଙ୍କ ଆସି ନୀରିହ ବ୍ୟବସାୟୀଙ୍କୁ ନିଧୁମ ମାଡ ମାରିଥିଲେ । ପଚାରିବାରୁ ଯୁବତୀ ଜଣଙ୍କ କହିଥିଲେ ସେତାଙ୍କୁ ଲାଇନ ମାରୁଥିଲେ ଓ ଅଶିଳ ଇଙ୍ଗିତ କରୁଥିଲେ । ତେବେ ଏନେଇ ସ୍ଥାନିୟ ଲୋକେ ପୋଲିସ କୁ ଖବର ଦେଇ ଥିଲେ । ଖବର ପାଇ ଘଟଣାସ୍ତଳରେ ପୋଲିସ ପହଞ୍ଚି ଯୁବତୀଙ୍କୁ ଥାନାକୁ ନେବା ସହିତ ଅଧିକ ତଦନ୍ତ ଚଳାଇଛି ।