ମା’ପେଟରେ ଥିବା ଛୁଆର ମୁଣ୍ଡ ଗଣ୍ଡି ଅଲଗା କରିଦେଲେ ଡାକ୍ତର

ପାକିସ୍ତାନ:ଭଗବାନଙ୍କ ପରେ ଆମେ ଡାକ୍ତରଙ୍କୁ ଭଗବାନ ମାନିଥାଉ | ରୋଗୀଟିର ଦେହଯଦି ଖରାପ ହୁଏ ରୋଗୀଟିଏ ଡାକ୍ତରଖାନାକୁ ଯାଇଥାଏ। କିନ୍ତୁ ଏଠି ଡାକ୍ତର ଯଦି ଯମ ସାଜେ, ତେବେ କିଏ ବା କ’ଣ କରିପାରିବ। ଏମିତି ଏକ ଲୋମ ଟାଙ୍କୁରା ଘଟଣା ପାକିସ୍ତାରେ ଦେଖିବାକୁ ମିଳିଛି, ଯାହା ବିଷୟରେ ଜାଣିଲେ ହୁଏତ ଆପଣଙ୍କ ମୁଣ୍ଡ କାମ କରିବ ନାହିଁ। ପାକିସ୍ତାନର ସିନ୍ଧ ପ୍ରଦେଶର ଏକ ଗ୍ରାମୀଣ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ଏକ ନବଜାତ ଶିଶୁର ମୁଣ୍ଡକାଟି ମା’ ଗର୍ଭରେ ଛାଡିଦେଇଛନ୍ତି। ୩୨ ବର୍ଷୀୟ ହିନ୍ଦୁ ମହିଳାଙ୍କ ଜୀବନ ଏବେ ବିପଦରେ। ଥାପରକର ଜିଲ୍ଲାର ଦୂରଦୂରାନ୍ତ ଗାଁରୁ ଆସିଥିବା ମହିଳା ଜଣକ ଗର୍ଭଯନ୍ତ୍ରଣାକୁ ଯୋଗୁଁ ଗ୍ରାମୀଣ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଏଠାରେ କୌଣସି ପ୍ରସୂତି ଡାକ୍ତର ନଥାଇ ସୁଦ୍ଧା ଅନଭିଜ୍ଞ କର୍ମଚାରୀ ମାନେ ମହିଳାଙ୍କର ଅସ୍ତ୍ରୋପଚାର କରିଥିଲେ।
ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ଗର୍ଭବତୀ ମହିଳାଙ୍କ ପେଟରେ ଅପରେସନ କରିବା ସମୟରେ ନବଜାତକ ଶିଶୁର ମୁଣ୍ଡକୁ କାଟି ଦେଇ ପେଟ ଭିତରେ ଛାଡିଦେଇଥିବା ଖବର ମିଳିଛି।କେବଳ ସେତିକି ନୁହେଁ ମୁଣ୍ଡକୁ ମଧ୍ୟ ପେଟଭିତରେ ରଖି ସିଲେଇ କରିଦେଇଛନ୍ତି | ଯାହା ପାଇଁ ମହିଳାଙ୍କ ଜୀବନକୁ ବିପଦରେ ପକାଇଥିଲା।ଏହାପରେ ମହିଳାଙ୍କୁ ତୁରନ୍ତ ମିଥିସ୍ଥିତି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ କୌଣସି ସୁବିଧା ନଥିବାରୁ ଶେଷରେ ତାଙ୍କୁ ଅନ୍ୟ ଏକ ହସପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ନବଜାତ ଶିଶୁର ଅବଶିଷ୍ଟ ଶରୀରକୁ ମାତୃଗର୍ଭରୁ ବାହାର କରିଛନ୍ତି। ଫଳରେ ମହିଳାଙ୍କ ଜୀବନ ବଞ୍ଚିଯାଇଛି।ଏଭଳି ଘଟଣାକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ଜୁମାନ ବୋହାତ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଏକ କମିଟି ଗଠନ କରିଛନ୍ତି। ଯେଉଁଥିରେ କୁହାଯାଇଛି କି, କିଭଳି ପ୍ରସୂତି ଡାକ୍ତର ନଥାଇ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ଏପରି କାଣ୍ଡ କରିଛନ୍ତି।