ସକାଳ ପ୍ରହରରୁ ଅଖଣ୍ଡ ଦୀପ ଧରି ଶିବ ଶରଣ ହୋଇ ଜାଗର ଦୀପ ଜାଳୁଥିଲେ ଭକ୍ତ…

ମହା ଆଡମ୍ବରରେ ସରିଲା ଜାଗର। ଏଥିପାଇଁ ରାଜ୍ୟରେ ସମସ୍ତ ଶୈବ ପୀଠ ସଜେଇ ହୋଇଥିଲା । ଶ୍ରଦ୍ଧାଳୁ ଭକ୍ତ ମାନେ ଶୁଭ ମନାସି ଶୈବ ପୀଠରେ ବାବା ଭୋଳାନାଥଙ୍କୁ ଭକ୍ତିର ସହିତ ପୂଜାର୍ଚନା କରିଥିଲେ । ଏଥିପାଇଁ ମନ୍ଦିର ମାନଙ୍କ ରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଙ୍କ ଭିଡ ଲାଗିଥିଲା । ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳ ରେ ବିଭିନ୍ନ ଶୈବ ପୀଠ ରେ ଲାଗିଥିଲା ଭକ୍ତ ଙ୍କ ଭିଡ, ଭକ୍ତ ମାନେ ମନ୍ଦିର ଅଗଣାରେ ସକାଳ ପ୍ରହରରୁ ଅଖଣ୍ଡ ଦୀପ ଧରି ଶିବ ଶରଣ ହୋଇ ଜାଗର ଦୀପ ଜାଳୁଥିଲେ । ସେହି ଭଳି ଭାବରେ କାପାସିରା କପେଲେଶ୍ଵର ଶୈବ ପୀଠକୁ ବହୁ ମାନସିକ ଶ୍ରଦ୍ଧାଳୁ ଙ୍କ ଆଗମନ ହୋଇଛି ବାବା କପେଲେଶ୍ଵର ସମସ୍ତଙ୍କ ଦୁଃଖ ଶୁଣୁଛନ୍ତି। ସେଥିପାଇଁ ଭକ୍ତ ଆଜି ଉଜାଗର ହୋଇ ଦୀପ ଜାଳୁଥିଲେ। ଆଉ ଏହି ପବିତ୍ର ମହା ଶିବ ରାତ୍ରି ରେ ଦୀପ ଜକ୍ଷଳୁଛନ୍ତି। ଆଉ ଅନାଇ ବସି ବାବା ଭୋଳା ନାଥଙ୍କ ମହା ଦୀପ କେତେବେଳେ ଉଠିବ। ସେତେବେଳ ପର୍ୟ୍ୟନ୍ତ ଉଜାଗର ରହି ଦୀପ ଜାଳୁଥିଲେ ।