ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିବାରୁ ଖୋଲିଲା କାଳ ଡ୍ୟାମ ଗେଟ

ଉଦଳା:- ଶିମିଳିପାଳ ଉପର ମୁଣ୍ଡରେ ଲଗାଣ ବର୍ଷା କାରଣରୁ ବୃଦ୍ଧି ପାଇବାରେ ଲାଗିଛି ନଦୀର ଜଳସ୍ତର। କପ୍ତିପଦା ବ୍ଲକ ଅଧୀନରେ ଥିବା କାଳ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିବାରୁ ଡ୍ୟାମ କର୍ତୃପକ୍ଷ ଗୋଟିଏ ଗେଟ ଖୋଲିଛନ୍ତି। ଡ୍ୟାମରେ ଜଳ ଧାରଣ କ୍ଷମତା ୭୭. ୭ ଥିବା ବେଳେ ଡ୍ୟାମରେ ଜଳ  ବିପଦ ସଂକେତ ଛୁଇଁବାରୁ କର୍ତୃପକ୍ଷ ଡ୍ୟାମ ଗେଟ ଖୋଲିଛନ୍ତି। ୧ ମିଟର ଗେଟ ଖୋଲାଯାଇଥିବା ବେଳେ ପ୍ରତି ସେକେଣ୍ଡରେ ୮୨ କ୍ୟୁମେକ୍ସ ଜଳ ପ୍ରବେଶ କରୁଥିବା ବେଳେ ୮୪ କ୍ୟୁମେକ୍ସ  ଜଳ ନିଷ୍କାସିତ ହେଉଛି। ଗୋଟିଏ ପଟେ ବର୍ଷା ଏବଂ ଅନ୍ୟପଟେ ଗେଟ ଖୋଲା ଯିବାରୁ ତଳିଆ ଅଞ୍ଚଳ ବାସି ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ଲଗାଣ ବର୍ଷା ଜାରି ରହିଥିବା କାରଣରୁ ଆବଶ୍ୟକ ପଡିଲେ ୧ ମିଟର ରୁ ଅଧିକ ମଧ୍ୟ ଗେଟ ଖୋଲା ଯିବାର ସମ୍ଭାବନା ରହିଛି।