ଗଞ୍ଜାମ (ରଜନୀକାନ୍ତ ପାତ୍ର) : ଓଡ଼ିଶା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ଼. ବିଦ୍ୟୁତ ରଞ୍ଜନ ଷଢ଼ଙ୍ଗୀ ସହ ଗଞ୍ଜାମ ଜିଲ୍ଲା ପ୍ରଶାସନିକ ବିଚାରପତି ଦେବବ୍ରତ ଦାଶଙ୍କ ଉପସ୍ଥିତିରେ ଟ୍ରାଞ୍ଜିଟ୍ ହାଉସ୍ ଓ ଆବାସିକ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ତେବେ ଅଦାଲତର ବାରହଲରେ ଆୟୋଜିତ ଏକ ସମ୍ବର୍ନ୍ଧନା ସଭାରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ଼. ଷଢ଼ଙ୍ଗୀ ଓ ବିଚାରପତି ଶ୍ରୀ ଦାଶଙ୍କୁ ହିଞ୍ଜିଳିକାଟୁ ଓକିଲ ସଂଘ ତରଫରୁ ସମ୍ବର୍ଦ୍ଧିତ କରଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର ପ୍ରତାପ କୁମାର ପାତ୍ର, ଅଖିଳ କୁମାର ପଶ୍ଚିମକବାଟ, ଅତିରିକ୍ତ ରେଜିଷ୍ଟ୍ରାର ଆନନ୍ଦ ଦାଶ, ଗଞ୍ଜାମ ଜିଲ୍ଲା ଜଜ୍ ରୂପଶ୍ରୀ ଚୌଧୁରୀ, ଗଞ୍ଜାମ ଜିଲ୍ଲା ଅଦାଲତ ରେଜିଷ୍ଟ୍ରାର ସୁଶାନ୍ତ ମିଶ୍ର, ହିଞ୍ଜିଳିକାଟୁ ସବ ଜଜ୍ ଅବକାଶ ଚୌଧୁରୀ, ଜେଏମଏଫସି ଦିପ୍ତିମୟୀ ସାହୁ, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନା, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼. ସର୍ବଣା ବିବେକ ଏମ, ହିଞ୍ଜିଳିକାଟୁ ପୌର ପରିଷଦ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପଲେଇ, ଗ୍ରୀଟ୍ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଅଜୟ କୁମାର ମହାରଣା, ବିଡ଼ିଓ ସୁବ୍ରତ କୁମାର ଜେନା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ଆସିକା ଏସଡିପିଓ ଉମାଶଙ୍କର ସିଂ, ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠୀ, ହିଞ୍ଜିଳିକାଟୁ ଓକିଲ ସଂଘ ସଭାପତି ଦ୍ଵିତିକୃଷ୍ଣ ସାବତ, ସମ୍ପାଦକ ଶାନ୍ତୁନୁ କୁମାର ପୋଲାଇ, ଉପସଭାପତି ଜଗତ ମୋହନ ସାହୁ, ସହ ସମ୍ପାଦକ ଜିତେନ ପ୍ରହରାଜ, ବରିଷ୍ଠ ଅଧିବକ୍ତା ନିର୍ମଳ ସାହୁ, ରାମଚନ୍ଦ୍ର ମହାପାତ୍ର, ବିଭୁ ପ୍ରସାଦ ପଣ୍ଡା ଓ ମୁକ୍ତିରାମ ସାବତଙ୍କ ସମେତ ସଂଘର ସମସ୍ତ ଆଇନଜୀବୀ ଓ ଅଦାଲତ କର୍ମଚାରୀ ଉପସ୍ଥିତ ଥିଲେ।