ଗୁରୁବାର ଠାରୁ ନିଖୋଜ ଥିବା ଯୁବକଙ୍କ ମିଳିଲା ମୃତଦେହ

କଣ୍ଟାପଡା (ଗୁରୁ ମହାପାତ୍ର) : ଗତ ଗୁରୁବାର ଠାରୁ ନିଖୋଜ ଥିବା ଯୁବକଙ୍କ ମିଳିଲା ମୃତଦେହ । ଯୁବକ ଜଣକ ହେଉଛନ୍ତି କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ପୂର୍ବଖଣ୍ଡ ଗ୍ରାମର ଶ୍ୟାମ ଭୋଇଙ୍କ ପୁଅ ବାଦଲ ଭୋଇ । ନିଆଳି ଥାନା ଅନ୍ତର୍ଗତ ଜଲାରପୁର ପଞ୍ଚାୟତ ସହନାଜପୁର  ସ୍ଥିତ ଏକ ପୋଖରୀରେ ବାଦଲ ପଡ଼ିଯାଇଥିବା ସନ୍ଦେହ କରିଥିଲେ । ସେଥି ପାଇଁ  ନିଆଳି ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ଲୋକ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ସେହି ପୋଖରୀରୁ ବାଦଲଙ୍କ ମୃତଦେହକୁ  ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ବାଦଲଙ୍କ ପରିବାର ଲୋକେ ଏନେଇ ନିଆଳି ଥାନାରେ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।  ତେବେ ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡ଼ାକ୍ତରଖାନା ପଠାଇଛି।